Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ସାମିଲ ହେଲେ ଭିଆଇପି ମୁଖ୍ୟ ମୁକେଶ: ୩ ଲୋକ ସଭା ଆସନରେ ଲଢିବ ଦଳ

ପାଟଣା,୫।୪: ବିହାର ମହାମେଣ୍ଟରେ ଭିଆଇପି ମୁଖ୍ୟ ମୁକେଶ ସାହନ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି। ମୁକେଶ ସାହାଣୀ ମେଣ୍ଟରେ ସାମିଲ ହେବା ପରେ ଆର୍‌ଜେଡି କୋଟାରେ ଥିବା ୨୬ ଲୋକସଭା ଆସନ ମଧ୍ୟରୁ ମୁକେଶଙ୍କ ପାର୍ଟିକୁ ୩ଟି ଆସନ ଛାଡିଛି ଆର୍‌ଜେଡି । ଏଭଳି ସ୍ଥିତିରେ ବିହାରରେ ଏକପ୍ରକାର ଆସନ ବୁଝାମଣା ଶେଷ ହୋଇଛି।

ଏହି ଅବସରରେ ତେଜସୱୀ ଯାଦବ ଓ ମୁକେଶ ସାହାଣୀ ଗୋଟିଏ ମଞ୍ଚରେ ଏକାଠି ହୋଇ ସମ୍ବୋଧିତ କରିଥିଲେ। ମୁକେଶ କହିଥିଲେ, ଦେଶକୁ ସ୍ବାଧୀନ କରିବା ପାଇଁ ଭାରତୀୟମାନେ ଯେଭଳି ସଂଘର୍ଷ କରିଥିଲେ, ଚଳିତ ନିର୍ବାଚନରେ ତାଙ୍କ ଦଳ ସେହିଭଳି ସଂଘର୍ଷ କରିବ। ଏଥିସହ ମିଳିଥିବା ଆସନ ବ୍ୟତୀତ ବିହାରର ସମସ୍ତ ଆସନ ପାଇଁ ମୁକେଶ ପ୍ରଚାର କରିବେ ବୋଲି କହିଛନ୍ତି ।

ଜାତିଗତ ଭୋଟକୁ ହିସାବକୁ ନିଆଯିବ ତେବେ ବିହାରର ମୋଟ ଜନସଂଖ୍ୟା ମଧ୍ୟରୁ ୬ ପ୍ରତିଶତ ମଲ୍ଲାହ ଜାତିର ଲୋକ ରହିଛନ୍ତି । ଏହା ରାଜ୍ୟର ୧୦-୧୫ ଆସନ ଉପରେ ପ୍ରଭାବ ପକାଇଥାଏ । ୨୦୨୦ ବିଧାନସଭା ନିର୍ବାଚନରେ ମୁକେଶଙ୍କ ଭିଆଇପି ପାର୍ଟି ୪୦ଟି ଆସନରେ ନିର୍ବାଚନ ଲଢିଥିଲା। ସେଥିରୁ ୪ଟି ଆସନରେ ବିଜୟୀ ହୋଇଥିଲା।

Share