Categories: ଜାତୀୟ

ଆର୍‌ଜେଡ଼ିର ନୂଆ ପ୍ରସ୍ତାବ: ତେଜସ୍ବୀ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ପାଟନା,୨୯।୧୨: ବିହାର ନିର୍ବାଚନ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଏନ୍‌ଡିଏ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇନାହିଁ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟରେ ଫାଟ ଦେଖାଦେଇଥିବା ନେଇ ରାଜନୈତିକ ମହଲରେ ଟୁପ୍‌ଟାପ୍‌ ଆରମ୍ଭ ହୋଇଛି। ଏପରିସ୍ଥଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ବରଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ନୀତିଶଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ୨୦୨୪ ଲୋକ ସଭା ନିର୍ବାଚନରେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ। ନୀତିଶଙ୍କ ପ୍ରାର୍ଥୀତ୍ୱକୁ ବିରୋଧୀ ଦଳଗୁଡ଼ିକର ସମର୍ଥନ ମିଳିବ ବୋଲି ସେ କହିଛନ୍ତି। ଉଦୟଙ୍କ ଏଭଳି ପ୍ରସ୍ତାବ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share