Categories: ଜାତୀୟ

ଇ-ମେଲ ଜରିଆରେ ଦିଲ୍ଲୀର ଆଉ ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୧।୯: ଦେଶର ରାଜଧାନୀ ଦିଲ୍ଲୀର ଅନ୍ୟ ଏକ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଧମକ ପାଇବା ପରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାର ଧମକ ଆସିଛି।
ସୂଚନାନୁସାରେ, ଆର.କେ ପୁରମରେ ଅବସ୍ଥିତ ଏକ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ମେଲରେ ସ୍କୁଲକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ, ବମ ଡିସପୋଜବେଲ ସ୍କ୍ବାର୍ଡ ଏବଂ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଛି।
ଆର.କେ ପୁରମ ସେକ୍ଟର ଲାଲ ବାହାଦୂର ଶାସ୍ତ୍ରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ ସମ୍ପର୍କରେ ଏକ ମେଲ ପାଇଥିଲେ। ଏହା ପରେ ୮ଟା ୨୫ରେ ପୋଲିସକୁ ଏକ କଲ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ବୋମା ନଶ୍କିୟକାରୀ ସ୍କ୍ବାର୍ଡ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟାଳୟକୁ ତୁରନ୍ତ ଖାଲି କରାଯାଇଥିଲା। ବିଦ୍ୟାଳୟର ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନ ପରେ ଏହି ତଥ୍ୟ ନକଲି ବୋଲି ଜଣାପଡିଛି।

Share