ଭୁବନେଶ୍ୱର,୨୬।୧୨: ରେନ୍ଲଟ୍ ନିଶାନ ଟେକ୍ନୋଲୋଜି ଆଣ୍ଡ ବିଜ୍ନେସ୍ ସେଣ୍ଟର ଇଣ୍ଡିଆ ( ଆର୍ଏନ୍ଟିବିସିଆଇ) ଏବଂ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ (ଏଭିଭି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ପ୍ଲେସ୍ମେଣ୍ଟ, ଇଣ୍ଟର୍ନଶିପ, ଇଲେକ୍ଟିଭ କୋର୍ସ, ଜଏଣ୍ଟ ରିସର୍ଚ୍ଚ ପ୍ରୋଗ୍ରାମ ଏବଂ ଦି ଏଣ୍ଟାବ୍ଲିସ୍ମେଣ୍ଟ ଅଫ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ଲ୍ୟାବ୍ସ ଆଦି କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଉଲ୍ଲେଖଯୋଗ୍ୟ, ବିଶ୍ୱବିଦ୍ୟାଳୟର କୋଏମ୍ବାଟୁର କ୍ୟାମ୍ପସଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଥିଲା। ଏ ସମ୍ପର୍କରେ ରେନ୍ଲଟ ନିଶାନ ଟେକ୍ର ଏମ୍ଡି ଦେବାଶିଷ ବିମଳ ପ୍ରକାଶ ନେଓଗୀ କହିଛନ୍ତି, ଆମେ ଏହି ବୁଝାମଣା ପତ୍ରକୁ ନେଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ଇଣ୍ଡଷ୍ଟ୍ରି ଓ ଏକାଡେମିକ ସହଭାଗିତା ଆଗାମୀ ଦିନରେ ପରିବର୍ତ୍ତନ ଆଣିବ।