ହିଞ୍ଜିଳିକାଟୁ ୬।୩(ଡି.ଏନ.ଏ.): ହିଞ୍ଜିଳିକାଟୁ ମୁଖ୍ୟ ଡାକଘର ନିକଟ କେନାଲ ରାସ୍ତାରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିକିରି ଗ୍ରାମର ଭାବ ସ୍ବାଇଁ( ୫୦ )। ହିଞ୍ଜିଳିକାଟୁରୁ ନିଜ ଗ୍ରାମ ଶିକିରି ବାଇକରେ ଯାଉଥିବା ବେଳେ ଡାକ ଘର କେନାଲ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୁଣ୍ଡରେ ଶକ୍ତ ଧକ୍କା ହେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥଲେ। ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ହିଞ୍ଜିଳି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ହିଞ୍ଜିଳି ଥାନାରେ ନଂ ୧୪୫/୨୩ ରେ ମାମଲା ରୁଜୁ କରି ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ତଦନ୍ତ କରୁଥିବା ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ପ୍ରକାଶ କରିଛନ୍ତି।