Categories: ମେଟ୍ରୋ

ପଛରୁ ପିଟିଦେଲା ହାଇୱା

ଭୁବନେଶ୍ବର,୮।୪(ବ୍ୟୁରୋ): ସ୍କୁଟିକୁ ପଛ ପଟୁ ପିଟିଲା ହାଇୱା ଟ୍ରକ୍‌। ଏଭଳି ଏକ ଦୁର୍ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତେବେ ଆମ୍ବୁଲାନ୍ସରେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

Share