Advertisement

ଟ୍ରକ୍‌କୁ ପିଟିଲା ଆଇସ୍‌କ୍ରିମ ବୋଝେଇ ଗାଡ଼ି

ବାଲିଗୁଡ଼ା,୯।୩:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ସବ୍‌ଜେଲ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପୂର୍ବରୁ ରାସ୍ତା କଡ଼ରେ ଅଟକି ରହିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ପଛ ପଟେ ତୁମୁଡିବନ୍ଧରୁ ଆସୁଥିବା ଏକ ଆଇସକ୍ରିମ ବୋଝେଇ ଗାଡି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ଆଇସକ୍ରିମ ଗାଡିର ସମ୍ମୁଖ ଭାଗ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି। ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share