ରାସ୍ତା ଶୋଚନୀୟ: ଯାତାୟାତ ବାଧାପ୍ରାପ୍ତ

ଅମରପାଲି,୧ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲିଠାରୁ ବୁରୋଘାଟକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ପିଚୁ ଉଠିଯିବା ସହ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରାୟ ୮ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଏଯାଏ ଏହାର ମରାମତି କରାଯାଇ ନାହିଁ। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଛାତ୍ରୀଛାତ୍ର ତଥା ଜନସାଧାରଣ ଯିବା ଆସିବା କରିଥାନ୍ତି। ମହାନଦୀ ଆରପଟକୁ ବାଉଁଶୁଣୀ, ଦହ୍ୟା, ବହିରା, ଗୁଦଗୁଦା, ତେନ୍ତୁଲିପାଲି, ଶଗଡା ଆଦି ଅଞ୍ଚଳକୁ ଲୋକେ ଯିବା ଆସିବା କରିଥାନ୍ତି। ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି ା ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଉକ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି।

Share