Advertisement

ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ସହ ବଳଦ ମୃତ

ଦେବଗଡ଼,୨୪ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଶଗଡ଼ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ବଳଦର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ତିଳେଇବଣି ବ୍ଳକ ଅସୁରଖୋଲ ଗ୍ରାମର ଶରତ ସାହୁ ଏବଂ ତାଙ୍କ ସ୍ତ୍ରୀ ବିଶାଖା ସାହୁ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିବା ସହ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share