ଚାନ୍ଦିପୋଷ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ବଣାଇଁ,୩୦ା୧୨: ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।
ଗତକାଲି ରାଉରକେଲାରୁ ବଣାଇଁ ଖଣ୍ଡାଧାରକୁ ଏକ ସ୍କର୍ପିଓ (ଓଡି ୧୪ ଏଫ୍‌ ୦୦୨) ଯୋଗେ ଆସୁଥିବା ୪ ଜଣ ହେଲେ ଆଦିତ୍ୟ ରାଉଳ, ବିପିନ ସେଠୀ, ଶେଖ୍‌ ରମଜାନ ଓ ପବିତ୍ର ସାହୁ l ଗତକାଲି ଚାଳକ ଆଦିତ୍ୟ ରାଉଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଆହତ ବିପିନଙ୍କୁ ରାଉରକେଲା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବା ବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଖ୍‌ ରମଜାନ୍‌ଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ପବିତ୍ର ସାହୁ ଏକ ଘରୋଇ ହସ୍ପିଟାଲରେ ସଙ୍କଟାପନ୍ନ ଭାବେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଏଥିରେ ଲେଖାଅଛି ଏମିତି…

ଭୁବନେଶ୍ୱର,୨ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଅଦିନିଆ ବର୍ଷାରେ ଚାଷ କ୍ଷତି ଭରଣା...

ରାଜ୍ୟ ଭିଜିଲାନ୍ସରେ ୮ ଏଏସ୍‌ପି, ୨୪ ଡିଏସ୍‌ପି,୧୬ ଏସ୍‌ଆଇ ପଦବୀ ହେବ ସୃଷ୍ଟି

ଭୁବନେଶ୍ୱର,୨ା୧(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛନ୍ତି। ବିଶେଷକରି ଉଚ୍ଚସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।...

ଘର ଭାଙ୍ଗୁଥିବାବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ, ଚାପି ହୋଇଗଲେ

ବାଲିଗୁଡ଼ା,୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ତୁମୁଡ଼ିବନ୍ଧର ରାମପୁର ଛକରେ ଘର...

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମିଳିଲା ଏହି ଦାୟିତ୍ୱ

ଭୁବନେଶ୍ୱର,୨ା୧:  ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ଭତ୍ତା ରାଶି, ଏଣିକି ପାଇବେ…

ଭୁବନେଶ୍ୱର,୨।୧: ସ୍ବାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି।...

ଓଡ଼ିଶା ଆସିବେ ଆଉ ୩ ମହାବଳ

ଭୁବନେଶ୍ୱର,୨ା୧: ଓଡ଼ିଶା ଆସିବେ ଆଉ ୩ ମହାବଳ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ୩ ବାଘ...

ଓଡ଼ିଶାରେ ପହଞ୍ଚିଲା ଡବଲ ଡେକର ବସ୍‌, ଏଥିରେ ରହିଛି ଏସବୁ ସୁବିଧା

ବ୍ରହ୍ମପୁର,୨ା୧: ଡବଲ ଡେକର ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ରହିଛି।...

ରାଜଧାନୀରେ ମର୍ଡର: ଯୁବକଙ୍କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱରୀ,୨ା୧: ରାଜଧାନୀ ଭୁବନେଶ୍ବରରେ ଥମୁନି ମର୍ଡର। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛନ୍ତି ଦୁର୍ବୃତ୍ତ। ଗୁରୁବାର ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri