Categories: ଜାତୀୟ

ଟ୍ୟାଙ୍କରକୁ ଧକ୍କା ଦେଲା ବସ୍‌, ୧୮ ମୃତ, ୩୦ରୁ ଅଧିକ ଆହତ

ଲକ୍ଷ୍ନୌ,୧୦।୭: ବୁଧବାର ସକାଳେ ଉନ୍ନାଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ୟାଙ୍କର ବସ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ବିହାରର ସୀତାମଡିରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣା ପରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share