ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମା’ ମୃତ, ଝିଅ-ଜ୍ୱାଇଁ ଗୁରୁତର

ବାଲେଶ୍ୱର ଅଫିସ,୮ା୪: ବାଲେଶ୍ୱର ସଦର ଥାନା ଅଧୀନସ୍ଥ ନହରପାଟଣା-ଫୁଲାଡ଼ି ଜାତୀୟ ରାଜପଥରେ ଶୁକ୍ରବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ  ଟ୍ରକ , ୪୦୭ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଏବଂ ଜ୍ୱାଇଁ ଗୁରୁତର ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ଜଙ୍ଖରାଇ ଗାଁର ବାସନ୍ତୀ ବାରିକ।

Share