Categories: ଜାତୀୟ

ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଶ୍ରୀନଗର,୨୯।୩: ଶୁକ୍ରବାର ଜମ୍ମୁ-କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାମବନ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି। ଯେଉଁଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାତ୍ରୀଙ୍କୁ ନେଇ କ୍ୟାବ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Share