ଘରକୁ ଫେରୁଥିଲେ ଦାଦନ ଶ୍ରମିକ:ଗଛକୁ ଧକ୍କା ଦେଲା ସ୍କର୍ପିଓ

ପାପଡାହାଣ୍ଡି,୩୦।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ବାବାଜୀ ଗୁଡା ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଭୋରୁ ଏକ ସ୍କର୍ପିଓ ଗଛକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହାତ ହୋଇଛନ୍ତି। ମୃତକ ହେଲେ ଆଶିଷ କୁମାର ଭାରତୀ। ତେବେ ଆହତଙ୍କ ପରିଚୟ ମିଳିପାରି ନାହିଁ।

ସୂଚନାନୁସାରେ, ଏକ ସ୍କର୍ପିଓରେ ସମସ୍ତେ ହାଇଦ୍ରାବାଦକୁ କାମ କରିବା ପାଇଁ ଯାଇଥିଲେ। ନିଜ ଘର ଝାଡଖଣ୍ଡ ଫେରିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଗାଡିଟି ଆକାଶିଆ ଗଛକୁ ଧକ୍କା ଦେଇଥିଲା। ଖବର ପାଇ ମଇଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Share