ପାଣି ପାଇଁ ରାସ୍ତାରୋକୋ

ଉଦଳା,୮।୬ (ଡି.ଏନ.ଏ.) ପାନୀୟ ଜଳ ପାଇଁ ହୀନସ୍ତା ଭୋଗୁଥିବା ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ବଡ଼ଖମଣ ପଞ୍ଚାୟତ ଅଧୀନ ଅନନ୍ତପୁର ଗ୍ରାମବାସୀ ରାସ୍ତାରୋକୋ କରିଛନ୍ତି। ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି ସେମାନଙ୍କ କଥା ଶୁଣି ନ ଥିଲେ। ମଙ୍ଗଳାବାର ବିଡିଓଙ୍କୁ ଭେଟି ଗୁହାରି ଜଣାଇଲେ। ହେଲେ ବିଡିଓ କିଛି ନ ଶୁଣିବାରୁ ଶେଷରେ ଉଦଳା-ବାରିପଦା ରାଜ୍ୟ ରାଜପଥର କଲିଆ ଛକ ନିକଟରେ ଗରା ବାଲ୍‌ଟି ଧରି ଗ୍ରାମବାସୀ ରାସ୍ତା ଉପରେ ବସି ରହିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ଜାରି ରଖିଥିବା ସୂଚନା ମିଳିଛି।

Share