Categories: ଫୁରସତ

ରାସ୍ତା ସଫେଇର ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ କରିବେ ପ୍ରଶଂସା

ସମଗ୍ର ବିଶ୍ୱରେ ଦେଶୀ ଯୋଗାଡ଼ର ଅଭାବ ନାହିଁ। ଯାହା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଏବେ ସେମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫା କରିବା ପାଇଁ  ଅନନ୍ୟ କୌଶଳ ବ୍ୟବହାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ରାସ୍ତା ସଫା କରିବା ସମୟରେ ଆପଣ ପ୍ରାୟତଃ ଲୋକମାନଙ୍କୁ ଝାଡୁ ବ୍ୟବହାର କରୁଥିବା ଦେଖିଥିବେ। କିନ୍ତୁ ଏହି ଭିଡିଓରେ କିଛି ଅଲଗା ଦେଖାଯାଉଛି। ଭିଡିଓରେ ଏକ ଗାଡ଼ି ଆଗକୁ ବଢୁଥିବା ବେଳେ ଚାରିପଟରେ ୪ଟା ଝାଡ଼ୁ ବନ୍ଧାଯାଇଛି। ଗାଡ଼ି ଆଗକୁ ଗଡ଼ିବା ମାତ୍ରେ ରାସ୍ତାରେ ପଡ଼ିଥିବା ଅଳିଆକୁ ଏହି ଝାଡୁରେ ସଫା ହୋଇପାରୁଛି। ପୂର୍ବରୁ ରାସ୍ତା ସଫା କରିବା ପାଇଁ ଆପଣ ଏପରି କୌତୂହଳପୂର୍ଣ୍ଣ କୌଶଳ ଦେଖି ନ ଥିବେ।

ଏହି ମଜାଳିଆ ଦେଶୀ ଯୋଗାଡ଼ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @ TheFigen_ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପ୍‌ଶନ ଲେଖାଅଛି, ‘ଯଦି କୌଣସି ଜିନିଷ କାମ କରୁଛି ତେବେ ଏହା କିପରି କାମ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ’।

ନଭେମ୍ବର ୩ରେ ଶେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬.୭. ମିଲିୟନ ଲୋକ ଦେଖିସାରିଲେଣି। ମାତ୍ର ୪ ସେକେଣ୍ଡର ଏହି ଭିଡିଓକୁ ୯୦ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ୟୁଜରମାନେ ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ଏବଂ ଏହାକୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି,‘ମୁଁ ମଧ୍ୟ ସମାନ କାମ ଚାହୁଁଛି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଅଭିନବ ଅଟେ। ଭାରତୀୟ ଦେଶୀ ଟେକ୍ନୋଲୋଜି ସବୁବେଳେ ଭଲ।

Share