Categories: ଫୁରସତ

କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛି ଖାଲଖମାରେ ଭର୍ତ୍ତି ରାସ୍ତା

ଆମ ଦେଶ ଭାରତରେ ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି। ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଏହି ରାସ୍ତାର ପୋଷ୍ଟ କରି ସରକାରଙ୍କୁ ଅନେକ ସମାଲୋଚନା କରିଥାନ୍ତି। କିନ୍ତୁ ବିଶ୍ୱର ଏକ ବିକାଶଶୀଳ ଦେଶରେ ମଧ୍ୟ ଖରାମ ରାସ୍ତା ଦେଖିବାକୁ ମିଳେ। ଏପରି ରାସ୍ତା ରହିଛି ବ୍ରିଟେନରେ। ରାସ୍ତାଟି ପୂରା ଖାଲଖମାରେ ଭର୍ତ୍ତି।

ବ୍ରିଟେନର ରାସ୍ତା ଦୁନିଆର ସବୁଠୁ ଭଲ ତଥା ସର୍ବୋତ୍ତମ ହୋଇଥାଏ। ଏଠାରେ ପ୍ରତିଦିନ ରାସ୍ତା ପରୀକ୍ଷଣ କରାଯାଇ ରାସ୍ତା ମରାମତି ହୁଏ। କିନ୍ତୁ ଏସେକ୍ସ ଅଞ୍ଚଳରେ ଏପରି ରାସ୍ତା ରହିଛି, ଯାହା ଦେଖିଲେ ଚକିତ ହେବେ। ଏହି ରାସ୍ତାରେ ହଜାର ହଜାର ବଡ଼ ଖାଲ ଅଛି। ଏହି ରାସ୍ତାରେ ଗାଡ଼ିରେ ଯିବା ବିପଦପୂର୍ଣ୍ଣ ହୋଇଥାଏ। କାରଣ କେଉଁ ପରସ୍ଥିତିରେ ବି ଅଘଟଣ ଘଟିପାରେ।

ଏହି ରାସ୍ତା ଦେଖି ଡ୍ରାଇଭରମାନେ ଏଠାକୁ ଆସିବାକୁ ଭୟ କରନ୍ତି। ବ୍ରିଟେନର ଏହା ସବୁଠାରୁ ଖରାପ ରାସ୍ତା ବୋଲି ଆରୋନ ଡାୟର କହିଛନ୍ତି। ଟ୍ୟାକ୍ସି ଡ୍ରାଇଭରମାନେ ଏହି ସ୍ଥାନକୁ ଆସିବାକୁ ମନା କରନ୍ତି। କାରଣ ସେମାନଙ୍କର ଗାଡ଼ି ଭାଙ୍ଗିଯିବାର ଭୟ ରହିଥାଏ। ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ, ଏହି ରାସ୍ତାରେ ଯିବା ପାଇଁ ଘଣ୍ଟା ଘଣ୍ଟା ଲାଗିଥାଏ। ଯାହା ଅତ୍ୟନ୍ତ ଲଜ୍ଜାଜନକ।

Share