ମରାମତି ନାଁରେ ଅନୁଦାନ ହରିଲୁଟ୍‌

ଯାଜପୁର,୨ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅନ୍ତର୍ଗତ ଧର୍ମଶାଳା, କୋରେଇ, ବଡ଼ଚଣା ଓ ରସୁଲପୁର ବ୍ଳକରେ ନିର୍ମିତ ରାସ୍ତାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ମରାମତି କରାଯାଉଛି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ପ୍ରାୟ ୨୦୦ କି.ମି. ରାସ୍ତାର ମରାମତି ପାଇଁ ୨୨ କୋଟି ୩୬ ଲକ୍ଷ ୩୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ଏବଂ ଅନୁଦାନର ସିଂହଭାଗ ଅର୍ଥକୁ ଭାଗବଣ୍ଟା ଯୋଗୁ ରାସ୍ତା ମରାମତି ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କେତେକ ମରାମତି ରାସ୍ତାକୁ ଅବଲୋକନ କଲେ ସେଗୁଡିକର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ସେଥିରେ ଚାଲି କି ଯିବା ବି କଷ୍ଟକର ବୋଲି ମତପ୍ରକାଶ ପାଇଛି।
ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ଗତ ୯ ବର୍ଷ ମଧ୍ୟରେ ୧୦୫ଟି ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତାର ମରାମତି ହୋଇଛି। ତେବେ ଏଥିରେ ବହୁ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହେଉଛି। ୨୦୧୫-୧୬ ବର୍ଷରେ ୩ଟି ରାସ୍ତାର ୧୫.୩୦୦ କି.ମି. ମରାମତି ପାଇଁ ୧୪୭.୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କଲାଣ୍ଡୋ-ବିଛାଖଣ୍ଡି, ଆର୍‌ଡି ରାସ୍ତାରୁ ସୁନ୍ଦୁରୀ ଓ ବନ୍ଦାଳୋ-ଏଣ୍ଡାରପଦା ରାସ୍ତା ରହିଛି। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ୪ଟି ରାସ୍ତା କାର୍ଯ୍ୟର ୧୫.୨୦୦ କି.ମି. ମରାମତି ପାଇଁ ୧୫୮.୦୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କ୍ଷେତ୍ରପାଳ-କଣ୍ଟାବଣିଆ, ଖଇରା ବ୍ରିଜ-ବଟୁ, ଆର୍‌ଡି ରାସ୍ତାରୁ କୁରିକଣା ଓ ପଞ୍ଚାୟତ ସମିତି ଅଫିସରୁ ଗୁଲଝରଣଗରପଟନା ରାସ୍ତା ରହିଛି। ୨୦୧୭-୧୮ ବର୍ଷରେ ନରସିଂହପୁର-ରସୁଣା, ଏନ୍‌ଏଚ୍‌-୨୦୦ରୁ ଗୋଡିପାଟିଆ ରାସ୍ତା, ତାଳଜଙ୍ଗ-ରାଈଛନ୍ଦା, ରଗଡିପଶି-ବରମୁଣ୍ଡୁଳି, ରାଉତରାପୁରା-କୁଣ୍ଡପାଟଣା, ଧର୍ମଶାଳା-ଭୁବନ, ବାଘୁଆ-ଚଉଷଠିପଡ଼ା, ରଘୁନାଥପୁର-ମଧୁସୂଦନପୁର, ଜନକ-ମୋହନପୁର, ଆରଡି ରାସ୍ତାରୁ ନୂଆହାଟ ରାସ୍ତା ପ୍ରଭୃତି ୨୨ଟି ରାସ୍ତାର ୫୨.୪୬୧ କି.ମି. ପାଇଁ ୫୪୭.୧୨ ଲକ୍ଷ ଟଙ୍କା ମରାମତି ନାମରେ ଖର୍ଚ୍ଚ ହୋଇଛି। ସେହିପରି ୨୦୧୮-୧୯ ବର୍ଷରେ ହରିଦାସପୁରରୁ ଭାତୁଡ଼ିପଶି, ଏନ୍‌ଏଚ୍‌-୫ରୁ ସୁନ୍ଦୁରିଆ ହିଲ୍‌ଟପ୍‌ ରାସ୍ତା, ଆର୍‌ଡି ରାସ୍ତାରୁ କୁରିକୁଣା, ବଡ଼ଘୁମୁରୀ-ପାଇକରାପୁର, ପିଡବ୍ଲ୍ୟୁଡି ରାସ୍ତାରୁ ସୁନାବାଲିକୁଦା ଓ ପିଡବ୍ଲ୍ୟୁଡି ରାସ୍ତାରୁ ମଟକାପୁର ରାସ୍ତାରେ ମୋଟ ୧୧.୭୧୯ କି.ମି. ପାଇଁ ୧୫୧.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ ବର୍ଷରେ ୧୭.୮୫୯ କି.ମି. ରାସ୍ତା ମରାମତିରେ ୧୦୫.୯୯ ଲକ୍ଷ, ୨୦୨୦-୨୧ରେ ୨୨.୫୫୯ କି.ମି. ରାସ୍ତା ମରାମତିରେ ୨୩୬.୨୪ ଲକ୍ଷ, ୨୦୨୧-୨୨ରେ ୫୭.୫୦୨ କି.ମି. ରାସ୍ତା ପାଇଁ ୬୨୧.୦୨ ଲକ୍ଷ, ୨୦୨୨-୨୩ରେ ୫.୧୦୫ କି.ମି. ରାସ୍ତା ନିମନ୍ତ ୫୭.୨୨ ଲକ୍ଷ ଏବଂ ୨୦୨୩-୨୪ରେ ୨୧.୪୫୧ କି.ମି. ରାସ୍ତା ମରାମତିରେ ୨୧୧.୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ବର୍ଷ ମଧ୍ୟ ସାମୟିକ ଭାବେ ୩ଟି ରାସ୍ତାର ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରାସ୍ତା ଅବସ୍ଥାକୁ ଦେଖିଲେ କାଁ ଭାଁ ମରାମତି କରାଯାଇ ଆବଣ୍ଟିତ ଅର୍ଥରୁ ସିଂହଭାଗ ମିଥ୍ୟା ବିଲ୍‌ କରି ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଏହିସବୁ ରାସ୍ତାରେ ଏବେ ବି ବିଭିନ୍ନ ସ୍ଥାନରେ ଖାଲଖମା ଦେଖିବାକୁ ମିଳିଛି। ରଘୁନାଥପୁରଠାରୁ ମଧୁସୂଦନପୁର ରାସ୍ତା ମରାମତି କାର୍ଯ୍ୟକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। ଏନେଇ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବିପିନ ତରାଇ କହିଛନ୍ତି, ଖରାପ ରାସ୍ତାଗୁଡ଼ିକ ନଜରକୁ ଆସିନାହିଁ। ପରବର୍ତ୍ତୀ ସମୟରେ ନଜରକୁ ଆସିଲେ ବିହିତ ପଦକ୍ଷେପ ନିଆଯିବ। ଆବଶ୍ୟକସ୍ଥଳେ ନୂତନ ରାସ୍ତାର ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri