ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ବିଚ ରାସ୍ତାରେ ହତ୍ୟା

ଇସଲାମାବାଦ,୨୨ ।୩: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ଅପରଣ ଉଦ୍ୟମ କରି ଫେଲ ମାରିବାରୁ ତାଙ୍କୁ ବିଚ୍ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । ଦ ଫ୍ରାଇଡେ ଟାଇମ୍ସର ସୂଚନା ଅନୁଯାୟୀ ୧୮ ବର୍ଷୀୟା ହିନ୍ଦୁ ଯୁବତୀ ପୂଜା ଓଦଙ୍କୁ ସୁକ୍କୁର ରୋହିରେ କେତେଜଣ ଦୁର୍ବୁତ୍ତ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ପୂଜା ସେମାନଙ୍କୁ ବିରୋଧ କରିବାରୁ ସେମାନେ ବିଚ ରାସ୍ତାରେ ହିଁ ତାଙ୍କୁ ଗୁଳି କରି ଦେଇଥିଲେ । ଫ୍ରାଇଡେ ଟାଇମ୍ସର ସୂଚନା ଅନୁଯାୟୀ, ପ୍ରତିବର୍ଷ ସଂଖ୍ୟାଲଘୁ ସମୁଦାୟର ମହିଳାଙ୍କୁ ବିଶେଷ ଭାବେ ସିନ୍ଧରେ ଅପହରଣ କରାଯାଉଥିବା ବେଳେ ଧାର୍ମିକ ଚରମପନ୍ଥୀମାନେ ଜବରଦସ୍ତ ସେମାନଙ୍କ ଧର୍ମ ପରିବର୍ତ୍ତନ କରିଦେଉଛନ୍ତି ।

Share