Categories: ଜାତୀୟ

ଘନ କୁହୁଡ଼ି ଯୋଗୁ ଦେଖା ଗଲାନି ରାସ୍ତା: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ବେରେ ୩ ବସ-୨ କାର-୧ ଟ୍ରକ ଧକ୍କା…

ଲକ୍ଷ୍ନୌ,୨୭।୧୨: ଘନ କୁହୁଡ଼ି ଯୋଗୁ ଲକ୍ଷ୍ନୌରେ ବଡ଼ ସମସ୍ୟା ଦେଖା ଦେଇଛି। ଘନ କୁହୁଡ଼ି ଯୋଗୁ ବିଭିନ୍ନ ଜିଲାରୁ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ବୁଧବାର ସକାଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ୨୪୦ରେ ଦୁର୍ଘଟଣା ଘଟିଛି। ୬ଟି ଗାଡି ପରସ୍ପର ସହ ଧକ୍କା ହୋଇଛନ୍ତି। ଯାତ୍ରୀମାନଙ୍କ ସହିତ ଭର୍ତ୍ତି ହୋଇଥିବା ବସ ଡିଭାଇଡର୍‌ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୧୨ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆଗ୍ରା ଏବଂ ପ୍ରତାପଗଡରେ ମଧ୍ୟ ସଡ଼କ ଦୁର୍ଘଟଣା ହୋଇଥିବା ଖବର ମିଳିଛି।

ତିନୋଟି ବସ, ଗୋଟିଏ ଟ୍ରକ ଏବଂ ୨ କାର ପରସ୍ପରକୁ ଧକ୍କା ଦେଇଛନ୍ତି। ଏହି ଘଟଣା ବଙ୍ଗରମାଉ ପୋଲିସ ଷ୍ଟେଶନ ଅଞ୍ଚଳର ନାସିରାପୁର ଗ୍ରାମ ନିକଟରେ ଘଟିଛି। ସୂଚନା ଅନୁଯାୟୀ, ସମସ୍ତ ଯାନ ଲକ୍ଷ୍ନୌ ରୁ ଆଗ୍ରା ଅଭିମୁଖେ ଯାଉଥିଲା। ଆଗକୁ ଚାଲୁଥିବା ଏକ ଡବଲ ଡେକର ବସ ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି କାରଣରୁ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୬ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌର ଟ୍ରମା କେନ୍ଦ୍ରକୁ ପଠାଯାଇଛି।

Share