୨୨ କୋଟିର ରାସ୍ତାରୁ ପିଚୁ ଉଠିଗଲା

କେନ୍ଦ୍ରାପଡ଼ା,୭ା୮(ଜଗନ୍ନାଥ ଧଳ): ସରକାର ରାସ୍ତାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆର୍ଥତ୍କ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁ ବିକାଶରେ ବାଧକ ସାଜିଛି। ଫଳରେ ନିମ୍ନମାନର ରାସ୍ତା ନିର୍ମାଣ କାମ ଯୋଗୁ ଯୋଜନାର ସୁଫଳ ଲୋକ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଦେଖିବାକୁ ମିଳିଛି, ୨୨କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତା କ୍ଷେତ୍ରରେ। ୪ ମାସ ତଳେ ନିର୍ମାଣ କାମ ସରିଥିବା ଏହି ରାସ୍ତାରେ ଏବେ ପିଚୁ ଉଠି ଯାତାୟାତରେ ବାଧା ଉପୁଜୁଛି। ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ପରେ ତରବରିଆ ଭାବେ ଠିକାଦାର ପ୍ୟାଚ କାମ କରିବାକୁ ମସୁଧା ଚଳାଇଛନ୍ତି। କେତେକ ଜାଗାରେ ପ୍ୟାଚ କାମ ଚାଲିଥିବା ଦେଖିବାକୁ ମିଳିଛ। ଏ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କହିଛନ୍ତି, କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜୀବନରେଖା କୁହାଯାଉଥିବା ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ପୁରାତନ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗାଡ଼ିମୋଟର ଚଳାଚଳ ୨୦୧୮ରୁ ବନ୍ଦ ରହିଥିଲା। ଏ ନେଇ ଏହି ରାସ୍ତା ନିର୍ମାଣ, ଗାଡ଼ିମୋଟର ଚଳାଚଳ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଓ ଦାବି ହୋଇ ଆସୁଥିଲା। ରାଜ୍ୟ ସରକାର ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ୨୦୨୧ରେ ୨୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତି ପରେ ରାସ୍ତା ନିର୍ମାଣକୁ ନେଇ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥିଲା। ରାସ୍ତା ନିର୍ମାଣ ସମୟରେ ଉପଯୁକ୍ତ ସାମଗ୍ରୀ ବ୍ୟବହାର କରାଯାଇନାହିଁ କି ଉପଯୁକ୍ତ ରୋଲିଂ ହୋଇ ନ ଥିବାରୁ ରାସ୍ତାର ବିଭିନ୍ନ ସ୍ଥାନ ପିଚୁ ଫାଟି ଏବେ ବାହାରି ଯାଉଛି। ସେତେବେଳେ ଅଭିଯୋଗ ହୋଇଥିଲେ ବି ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରି ନ ଥିଲେ। ଠିକାଦାର ତରବରିଆ ଭାବେ ନିମ୍ନମାନର କାମ କରିଥିବାରୁ ରାସ୍ତା ଏପରି ଅବସ୍ଥା ହୋଇଛି। ଉତିକଣ ସଂଗ୍ରାମ ସମିତିର ଆବାହକ ପ୍ରଶାନ୍ତ ମହାନ୍ତି କହିଛନ୍ତି, ଏହି ରାସ୍ତା କାମ ଆରମ୍ଭରୁ ନିମ୍ନମାନର ହେଉଥିବା ନେଇ ଆନ୍ଦୋଳନ କରି ଆସୁଥିବା ଉତିକଣ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ସହିତ ଠିକାଦାରଙ୍କ ବେଶ୍‌ କିଛିଦିନ କସରତ ଚାଲିଥିଲା। ରାସ୍ତା ନିର୍ମାଣ ଠିକ୍‌ ଭାବେ କରାଯାଉ ନ ଥିବା ବାରମ୍ବାର ଅଭିଯୋଗ ହେବା ଫଳରେ ପୂର୍ତ୍ତ ବିଭାଗର ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଉତିକଣ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ସହ ରାସ୍ତା ନିର୍ମାଣ ବିଷୟରେ ଆଲୋଚନା କରି ପ୍ଲାନ, ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ କାମ ଚାଲିଥିବା ସମୟରେ ଗାର୍ଡ ୱାଲ ଭୁଶୁଡି ପଡ଼ିବା, ରାସ୍ତାରେ ପିଚୁ ମେଶିନ ଦବି ଯିବା, ନୂତନ ରାସ୍ତାରୁ ପିଚୁ ଫାଟି ବାହାରି ପଡ଼ିବା, ଫୁଟପାଥ୍‌ ନିର୍ମାଣ କରା ନ ଯିବା ଆଦି ବିଭିନ୍ନ ଅଭିଯୋଗ ସାମ୍‌ନାକୁ ଆସିଥିଲା। ଏହି ଘଟଣାକୁ ନେଇ ଠିକାଦାର ଓ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ମଧ୍ୟରେ ବାରମ୍ବାର ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ୪ ମାସ ହେବ ଠିକାଦାର ରାସ୍ତା କାମ ସାରି ଚାଲି ଯାଇଥିବାବେଳେ ଏବେ କିନ୍ତୁ ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଯିବା, ପିଚୁ ଫାଟିବା, ଗୋଡ଼ି ବାହାରି ପଡ଼ିବା, ମରାମତି କରାଯାଇଥିବା ସ୍ଥାନରୁ ପୁଣି ପିଚୁ ଉଠିଯିବା ଆଦି ଦେଖିବାକୁ ମିଳିଛି। ଗୋଟିଏ ପଟେ ରାସ୍ତା କାମ ଆରମ୍ଭରୁ ନିମ୍ନମାନର କାର୍ଯ୍ୟ ହେଉଥିବା ଉତିକଣ ସଂଗ୍ରାମ ପରିଷଦ ବାରମ୍ବାର ଦାବି କରି ଆସୁଥିବାବେଳେ ରାସ୍ତାରେ ବ୍ୟବହୃତ ପିଚୁ ନିମ୍ନମାନର ଯୋଗୁ ଯାନବାହନ ଚଳାଚଳ ସମୟରେ ଭାଙ୍ଗି ଯାଉଥିବା କହିଛନ୍ତି ପରିଷଦର ବରିଷ୍ଠ ସଭ୍ୟ ତୀର୍ଥ ପରିଡା, ରମାକାନ୍ତ ଦାସ, ପ୍ରଦୀପ ପଣ୍ଡା, ବୃନ୍ଦାବନ ପରିଡା, ବିଚିତ୍ର ସେନାପତି, ଗଣେଶ ସେନାପତି, ନିରଞ୍ଜନ ସେଠୀ, ଅଶୋକ ମଳିକ, ପ୍ରସାଦ ମଲିକ, ପ୍ରଶାନ୍ତ ସାହୁ ପ୍ରମୁଖ। ଏ ସମ୍ପର୍କରେ ବିଭାଗୀୟ ସହନିର୍ବାହୀ ଯନ୍ତ୍ରୀ ରାଜଶ୍ରୀ ବେହେରାଙ୍କୁ ପଚାରିବାରୁ ନଦୀବନ୍ଧ ରାସ୍ତା ନିର୍ମାଣରେ କୌଣସି ତ୍ରୁଟି ହୋଇନି। ପିଚୁ ଉଠୁଥିବା ସ୍ଥାନର ମରାମତି ହୋଇଗଲେ ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri