ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଲହୁଣୀପଡା, ୧୧।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ବୁଧବାର ଏକ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଜନସଚେତନତା କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ଲହୁଣୀପଡା ଥାନାର ଆଇପିଏସ ଅଧିକାରିଣୀ ଏସ ସ୍ବାତୀ କୁମାର। ଆଇପିଏସ ଅଧିକାରିଣୀଙ୍କ ତତ୍ତ୍ବାବଧାନରେ ରାଜାମୁଣ୍ଡା ସ୍ଥିତ ପୋଲିସ କାର୍ଯ୍ୟାଳୟରୁ ସମସ୍ତ କର୍ମଚାରୀଙ୍କୁ ନେଇ ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ଲହୁଣୀପଡା ପଡା ମୁଖ୍ୟ ବଜାର ଦେଇ ମନ୍ଦିର ଛକରୁ ବ୍ଲକ ରାସ୍ତା ପରିକ୍ରମା କରି ରାଜାମୁଣ୍ଡା ପୋଲିସ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ । ତତ୍‌ସହିତ ଦୃତଗତି ମହାବିପତ୍ତି, ସଡକ ସୁରକ୍ଷା ଜୀବନ ରକ୍ଷା, ହେଲମେଟ ପିନ୍ଧି ଗାଡି ଚଲେଇବା, ମଦ୍ୟ ପାନ କରି ଗାଡି ନ ଚଳାଇବା, ସଦାସର୍ବଦା ସିଟ୍‌ ବେଲ୍ଟ ପିନ୍ଧି ଗାଡି ଚଲେଇବା ଆଦି ପ୍ଲା କାର୍ଡ ଦେଖାଇ ଲୋକଙ୍କୁ ସଚେତନ କରିଥିଲେ । ଅଞ୍ଚଳରେ ଦିନକୁ ଦିନ ସଡକ ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଧନଜୀବନ ନଷ୍ଟ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବଣାଇ ଏସଡିପିଓ ସୌରବ ଓତା, ଲହୁଣୀପଡା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା, ଟ୍ରାଫିକ ଇନ୍ସପେକ୍ଟର ସୁଧିର କୁମାର ଖାଲକୋ, ଏସଆଇ ସୁଦର୍ଶନ ବେହେରା, ଏସଆଇ ଗିରିଜା ନନ୍ଦିନୀ ଗର୍ତିଆ, ଏସଆଇ ତପନ କୁମାର ପରିଡାଙ୍କ ସମେତ ସମସ୍ତ କର୍ମଚାରୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା ।

Share