ବରଗଡ଼ ଅଫିସ,୧୮।୧: ରାଜ୍ୟରେ ସୋମବାରରୁ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇଛି। ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ଏହି ଅବସରରେ ବରଗଡ଼ ସହରରେ ଏକ ସଚେତନତା ପଦଯାତ୍ରା ପରିକ୍ରମା କରିଥିଲା । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍ପି ପଦ୍ମିନୀ ସାହୁ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହା ଭଟଲି ଛକରୁ ବାହାରି ଗାନ୍ଧୀଛକ ଦେଇ ଥାନା ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଜିଲାସ୍ତରୀୟ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟବୃନ୍ଦ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲ ।