କାଳବୈଶାଖୀ: ଗଛ ପଡ଼ି ରାସ୍ତା ଜାମ୍‌

ଖୁଣ୍ଟା,୨୦ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଶୁକ୍ରବାର କାଳବୈଶାଖି ପ୍ରଭାବରେ ବଜ୍ରପାତ ସହ ଝଡ଼ ତୋଫାନ ହୋଇଛି। ବଜ୍ରପାତରେ ଜଣେ ମହିଳା ୱାର୍ଡ ମେମ୍ବର ଗୁରୁତର ହୋଇଛନ୍ତି। ଅନ୍ୟ ୪ ଜଣ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ହେଲେ ଖୁଣ୍ଟା ବ୍ଲକ୍‌ ଅଧୀନ ଲକ୍ଷ୍ମଣାସାହି ପଞ୍ଚାୟତ ମହାଲିବସା ଗ୍ରାମର ୩ ନଂ. ୱାର୍ଡ ମେମ୍ବର ସୁମୀ ସିଂ (୪୫)।
ଅନୁସାରେ, ସୁମୀ ଘରେ ବସିଥିବା ବେଳେ ମଧ୍ୟାହ୍ନରେ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡୁକୁରାଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିପରି ଖୁଣ୍ଟା ପୁରୁଣାପାଣି ଛକରେ ବର୍ଷା ପବନ ଦାଉରୁ ରକ୍ଷା ପାଇବା ପାଇଁ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଅଟୋରେ ୪ ଯୁବକ ବସିଥିଲେ। କାଳବୈଶାଖୀ ପ୍ରଭାରେ ଏକ ବିଶାଳ ଗଛ ଅଟୋ ଉପର ପଡ଼ିଯାଇଥିଲା। ଅଟୋ ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯୁବକମାନେ ସାମାନ୍ୟ ଆହତ ହୋଇଥିଲେ। ଗଛଟି ଓଲଟି ପଡ଼ିବାରୁ ଖୁଣ୍ଟା ବଜାର ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖୁଣ୍ଟା ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଗଛ କାଟି ଯାତାୟାତ ସ୍ବାଭାବିକ କରିଥିଲେ। ସେହିପରି ଖୁଣ୍ଟା- ବାରିପଦା ରାଜ୍ୟ ରାଜପଥର ବାଲିମୁଣ୍ଡଳୀ ପାଣିଟାଙ୍କି ଛକରେ ପଡ଼ିଥିବା ଗଛ କାଟି ଅଗ୍ନିଶମ କର୍ମଚାରୀ ରାସ୍ତାରୁ ହଟାଇ ଯାତାୟାତ ସ୍ବାଭାବିକ କରିଥିଲେ।

Share