Posted inଖେଳ

ଅଶ୍ୱିନଙ୍କ ନାଁରେ ହେବ ରାସ୍ତା: ମିଳିଲା ଗ୍ରୀନ୍‌ ସିଗ୍‌ନାଲ୍‌

ଚେନ୍ନାଇ,୨୨ା୩: ଭାରତର କିମ୍ବଦନ୍ତୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେଶନ (ଜିସିସି) ଦ୍ୱାରା ସମ୍ମାନିତ କରାଯିବ। ଜିସିସି ସର୍ବସମ୍ମତି କ୍ରମେ ଓ୍ବେଷ୍ଟ ମାମ୍ବାଲାମସ୍ଥିତ ରାମାକ୍ରୀଷ୍ଣପୁରମ୍‌ ପ୍ରଥମ ଷ୍ଟ୍ରିଟର ନାମକୁ ଅଶ୍ୱିନଙ୍କ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଠାରେ ଅଶ୍ୱିନ ରୁହନ୍ତି।
ଏକ ଜାତୀୟ ଇଂଲିଶ ଖବରକାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ, କ୍ୟାରମ ବଲ ଇଭେଣ୍ଟ ଓ ମାର୍କେଟିଂ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଏସ୍‌ କାର୍ତ୍ତିକଙ୍କ ଅନୁରୋଧ କ୍ରମେ ରାସ୍ତାର ନାମ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଶ୍ୱିନ ଭାରତ ଓ ତାମିଲନାଡୁ ପାଇଁ ଅନେକ ମ୍ୟାଚ ଖେଳିବା ସହ ଅନେକ ସମ୍ମାନ ପାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ ବୋଲି ଜିସିସିର ପ୍ରସ୍ତାବରେ କୁହାଯାଇଛି। ଏହି ପ୍ରସ୍ତାବକୁ ସରକାରଙ୍କ ଅନୁମତି ମଧ୍ୟ ମିଳିସାରିଛି। ଗତ ବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ ସ୍ତରରୁ ଅବସର ନେଇଥିବା ଅଶ୍ୱିନ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସେ ଭାରତ ପାଇଁ ୧୦୬ ଟେଷ୍ଟ (୫୩୭ ଉଇକେଟ), ୧୧୬ ଦିନିକିଆ (୧୫୬ ଉଇକେଟ) ଓ ୬୫ ଟି୨୦ (୭୨ ଉଇକେଟ) ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ: ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ଧୂଳି ଚଟେଇଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖପାଟନମ,୨୪/୩:ଆଇପିଏଲ୍ ,୨୦୨୫ ରେ ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା । ବିଶାଖପାଟନମରେ...

ଏହି ଦିନ IPLରେ ପ୍ରଥମଥର ହେବ ୩୦୦ ରନ୍‌: ବଡ଼ ଭବିଷ୍ୟବାଣୀ କଲେ ଡେଲ ଷ୍ଟେନ

ନୂଆଦିଲ୍ଲୀ,୨୫।୩: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଲ ଷ୍ଟେନ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ସେ ଆଇପିଏଲ ମ୍ୟାଚରେ ପ୍ରଥମ ଥର ପାଇଁ ୩୦୦ ରନ...

ବାପା ହେଲେ କେ.ଏଲ୍‌ ରାହୁଲ: ପ୍ରଥମ ସନ୍ତାନ ଜନ୍ମ ଦେଲେ ଆଥିୟା

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟର କେଏଲ ରାହୁଲ ପିତା ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କ ପତ୍ନୀ ଆଥିୟା ସେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ...

୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୪ା୩: ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ। ସୋମବାର ଓସେନିଆ କନ୍‌ଫେଡେରେଶନ କ୍ୱାଲିଫାଇଂ ସିରିଜ ଫାଇନାଲରେ ନ୍ୟୁ କାଲେଡୋନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରିବା ପରେ...

ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ ଏସିଆ ବ୍ୟୁରୋ ସଦସ୍ୟ ଭାବେ ସଞ୍ଜୟ ସିଂ ନିର୍ବାଚିତ

ଅମ୍ମାନ(ଜର୍ଡାନ),୨୪ା୩: ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ କୁମାର ସିଂ ସୋମବାର ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)-ଏସିଆର ବ୍ୟୁରୋ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ଭାରତୀୟ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ୍ସ ଓ୍ବାଇଫଙ୍କ ବିକିନି ଅବତାର ଖୁବ ଚର୍ଚ୍ଚାରେ, ଫ୍ୟାନ୍ସ କହିଲେ…

ନୂଆଦିଲ୍ଲୀ,୨୪।୩: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ IPL ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ତଥାପି, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ରିକେଟ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି,...

କେବେ ଫେରିବେ ବୁମରା? ଜବାବ ଦେଲେ କୋଚ

ନୂଆଦିଲ୍ଲୀ,୨୪।୩: ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରିତ ବୁମରାଙ୍କ ବିନା ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ...

ଋତୁରାଜ ତ ନାମକୁ ମାତ୍ର କ୍ୟାପଟେନ, ସବୁ ନିଷ୍ପତ୍ତି ନେଉଛନ୍ତି ଧୋନି, ଏହି ଅଭିଯୋଗକୁ ନେଇ ଧୋନି କହିଲେ…

ନୂଆଦିଲ୍ଲୀ,୨୪।୩: ଋତୁରାଜ ଗାୟକୱାଡ କେବଳ ନାମକୁ ମାତ୍ର ଅଧିନାୟକ, ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ନିଷ୍ପତ୍ତି ମହେନ୍ଦ୍ର ସିଂହ ଧୋନି ନିଅନ୍ତି। ଏମିତି ଏକ ଅଭିଯୋଗକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image