ରାସ୍ତାରେ ଅଧିଆ ପଡ଼ି ରାଜସ୍ଥାନରୁ ପୁରୀ ଯାତ୍ରା

କାମାକ୍ଷାନଗର ୨୬ା୮(ସୁଧୀର କୁମାର ପରିଡା):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ସାନ୍ନିଧ୍ୟ ଟିକେ ପାଇବାକୁ ସୁଦୂର ରାଜସ୍ଥାନରୁ ବାହାରି ରାସ୍ତାରେ ଅଧିଆ ପଡ଼ି ପୁରୀ ଅଭିମୁଖେ ବାହାରିଛନ୍ତି ଜଣେ ଭକ୍ତ। ଏଭଳି ଜଣେ ଭକ୍ତଙ୍କୁ ରବିବାର ଦେଖିବାକୁ ମିଳିଛି କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକ ବାରିହାପୁର ରାସ୍ତାରେ। ରାଜସ୍ଥାନର ସବାଇ ମାଧପୁରର ହରି ସିଂହ ମାଲି ୨୦୨୩ ଜାନୁଆରୀ ଶେଷ ସପ୍ତାହରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ଆଶା ନେଇ ପୁରୀ ଅଭିମୁଖେ ବାହାରିଛନ୍ତି। ନିଜ ମନସ୍କାମନା ପୂରଣ କରିବାକୁ ସେ କୌଣସି ଗାଡ଼ିରେ ନ ଆସି ରାସ୍ତାରେ ଅଧିଆ ପଡ଼ି ଚାଲିଛନ୍ତି। ଦୀର୍ଘ ୧୬ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଥକି ପଡ଼ିନାହାନ୍ତି। ଯେତେ ଦିନ ଲାଗୁ ପଛେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ପାଇବାକୁ ମନ ବଳାଇଛନ୍ତି। ଦୁଇ ତିନୋଟି ରାଜ୍ୟ ଓ କେତେକ ଜିଲା ଅତିକ୍ରମ କରି ରବିବାର ପହଞ୍ଚତ୍ଛନ୍ତି ଢେଙ୍କାନାଳ ଜିଲା ବାରିହାପୁରଠାରେ। ଯେଉଁଠି ରାତି ହୁଏ ସେଠାରେ ରୁହନ୍ତି ଓ ଶ୍ରଦ୍ଧାଳୁ ଯାହା ଦିଅନ୍ତି ତାହା ଖାଇ ପୁଣି ପରଦିନ ସେମିତି ଅଧିଆ ପଡ଼ି ଯାତ୍ରା କରିଥାନ୍ତି ବୋଲି କହିଛନ୍ତି।

Share