Categories: ଜାତୀୟ

ଅନ୍ତିମ ବିଦାୟ ପାଇଁ ତିଆରି ହେଲା ରାସ୍ତା

ଆଗ୍ରା, ୧୨ା୧୨: ସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ୍ବିଙ୍ଗ କମାଣ୍ଡର ପୃଥ୍ବୀ ସିଂଙ୍କୁ ଶେଷ ବିଦାୟ ଦେବା ପାଇଁ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଙ୍କ ଘରକୁ ଯାଇଥିବା ରାସ୍ତାର ପୁନଃନିର୍ମାଣ କରାଯାଇଛି। ମାତ୍ର ଅଢ଼େଇ ଘଣ୍ଟାରେ ଏହି ରାସ୍ତା କାମ ସରିଥିଲା। ପଡ଼ୋଶୀଙ୍କ କହିବା ଅନୁଯାୟୀ, ୧୦ ବର୍ଷ ହେଲା ଉକ୍ତ ରାସ୍ତା ଶୋଚନୀୟ ଅବସ୍ଥାରେ ଥିଲା। କିନ୍ତୁ ଶୁକ୍ରବାର ରାତିରେ ଏହାର ମରାମତି କରାଯାଇଛି। ତାଙ୍କ ଘରକୁ ଯାଇଥିବା ଗଳି ରାସ୍ତା ଶେଷ ହୋଇଥିବାବେଳେ ଆଗକୁ କଂକ୍ରିଟ୍‌ ରୋଡ୍‌ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ୱିଙ୍ଗ୍‌ କମାଣ୍ଡର ସିଂଙ୍କ ମରଶରୀରର ଘରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ୯ ବର୍ଷର ପୁଅ ଅବିରାଜ ତାଙ୍କୁ ମୁଖାଗ୍ନି ଦେଇଥିଲେ।

Share