ମରାମତି ହେଲା ପାତ୍ରପୁର କେନାଲ ହୁଡ଼ା ରାସ୍ତା

ପାତ୍ରପୁର,୧୬ା୯(ଡି.ଏନ୍‌ଏ): ପାତ୍ରପୁର ବ୍ଲକ୍‌ ପାତ୍ରପୁର ଗ୍ରାମକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ଲଗାଣ ବର୍ଷାରେ ଧୋଇ ଯାଇଥିଲା। ବର୍ଷା କମିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ରସ୍ତାକୁ ମରାମତି କରାଯାଇଛି। ନିମ୍ନମାନର କାମ ଯୋଗୁଁ ରାସ୍ତା ଧୋଇଯାଇଥିବା ଅଭିଯୋଗ କରି ସ୍ଥାୟୀ ସମାଧାନ ନିମନ୍ତେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ପ୍ରକାଶ ଯେ ପାତ୍ରପୁରକୁ ସଂଯୋଗ କରୁଥିବା ଉକ୍ତ କେନାଲ ରାସ୍ତା ଦେଇ ତମ୍ବାପୁର, ମୁକୁନ୍ଦପୁର, ଦେଶାରୀ, ବାଲିପଦର ଗ୍ରାମବାସୀ ପାତ୍ରପୁର ଯିବାଆସିବା ପାଇଁ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଅନେକ ପିଲା ପାଠ ପଢ଼ିବା ପାଇଁ ଆଦର୍ଶ ବିଦ୍ୟାଳୟ ସହ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ହାଟ ସଉଦା ପାଇଁ ୪ ଖଣ୍ଡ ଗ୍ରାମବାସୀ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନାଲ ହୁଡ଼ା ଧୋଇ ଯିବା ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ। ବର୍ଷା କମିବା ପରେ ପ୍ରଶାସନ ପକ୍ଷରୁ ଗୁରୁବାର ଉକ୍ତ ସ୍ଥାନରେ ମାଟି ପକାଯାଇଥିବା ଜଣାପଡ଼ିଛି। ନିମ୍ନମାନର କାମ ଯୋଗୁଁ ବର୍ଷାରେ ରାସ୍ତା ଧୋଇଗଲା ବୋଲି ଅଭିଯୋଗ କରି ଏହାର ସ୍ଥାୟୀ ସମାଧାନ ପାଇଁ ବୁଦ୍ଧୀଜୀବୀଙ୍କ ମହଲରେ ଦାବି ହୋଇଛି।

Share