ବର୍ଷାରେ ଧୋଇଗଲା ରାସ୍ତା

ଦାରିଙ୍ଗବାଡି,୧୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ହେଲେ ମଙ୍ଗଳବାର ଲଘୁଚାପଜନିତ ବର୍ଷାରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଧୋଇ ହୋଇଯିବା ସହ ବଡ଼ ଖାଲଖମା ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର ଘଣ୍ଟାଏ ବର୍ଷାରେ ରାସ୍ତାର ଏଭଳି ଅବସ୍ଥା ସୃଷ୍ଟି ହୋଇଛି।
୍‌ରାସ୍ତାର ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ସମେତ କଲେଜ ରାସ୍ତାରେ ଏଭଳି ସମସ୍ୟା ଦେଖାଦେଇଛି। ସେହିପରି ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ମଧ୍ୟ ରାସ୍ତା ଧୋଇ ହୋଇଯାଇଛି। ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ହଇରାଣ ହରକତ ହେଉଛନ୍ତି। ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୪ା୯(ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମାରେ ୨ ମାଓବାଦୀ ସୋଡି ଭୀମା ଓ ମୁଦାମି ହଣ୍ଡା ପୋଲିସ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସୋଡିଙ୍କ ନାମରେ...

ଜୟ ମହାକାଳ ଫାଉଣ୍ଡେସନର ରକ୍ତଦାନ ଶିବିର , ଥାଲାସେମିଆ ରୋଗୀଙ୍କ ପାଇଁ ବଡ଼ ପଦକ୍ଷେପ

ଯାଜପୁର,୨୪।୯: ରକ୍ତଦାନ ମହତଦାନ । ଏହା ଆଉ ଏକ ଜୀବନକୁ ବଞ୍ଚେଇ ରଖେ । ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଜରୁରୀକାଳୀନ ପରିସ୍ଥିତି...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି...

ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ବଣାଇ,୨୪।୯ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡଜଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମସ୍ତିସ୍କ ବିକୃତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri