ହଟିଲା ରାସ୍ତାରୋକ: ମୃତକଙ୍କ ପରିବାରକୁ ଚାକିରି , ୫ଲକ୍ଷର କ୍ଷତିପୂରଣ

ବାରଙ୍ଗ,୩୦।୧୦(ଡି.ଏନ୍‌ଏ.): ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ରବିବାର ସକାଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି । ଏହାସହ ତାଙ୍କ ପରିବାରର ଜଣଙ୍କୁ ବିଏମ୍‌ସିରେ ଠିକା ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି । ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଛନ୍ତି ।
ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦାବି ମଧ୍ୟରୁ ୨ଟି ଦାବି ପୂରଣ ନେଇ ମେୟର ପ୍ରତିଶ୍ରୁତି ଦେଇଛନ୍ତି । ଦାରୁଠେଙ୍ଗରେ ପୁନର୍ବାର ଅଳିଆ ନପକାଇବାକୁ ଗ୍ରାମବାସୀ ଦାବି ରଖିଛନ୍ତି। ଏବେ ଅସ୍ଥାୟୀ ଭାବେ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ବନ୍ଦ ରହିବ । ଗ୍ରାମକୁ ମୋ ବସ ଚାଲିବା ନେଇ ବିଏମ୍‌ସି କମିଶନର ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାସ୍ଥଳରେ ହମ୍ପସ ନିର୍ମାଣ ସହ ରାସ୍ତାରେ ଏଲଇଡି ଲାଇଟ ଲାଗିବ।

Share