ଦିଗପହଣ୍ଡି,୧୫।୨(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ସାମଗ୍ରିକ ବିଫଳତା ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ଅହେତୁକ ନିରବତା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଡାକରା କ୍ରମେ ସୋମବାର ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ସଭା ଓ ବାଇକ ଶୋଭାଯାତ୍ରା କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ତଥା ଦିଗପହଣ୍ଡି ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କଂଗ୍ରେସ କାର୍ଯ୍ୟକର୍ତ୍ତା ବିକାଶ କୁମାର ପଶୁପାଳକ,ବନଜା ପଣ୍ଡା, କେ.କୁନା,ଦୀପକ କୁମାର ମିଶ୍ର, ରସାନନ୍ଦ ରାଉତ, ଅଭିମନ୍ୟୁ ଜାନୀ, ଏମ୍. ବାଇନାଥ, ଶିବ ସାହୁ,ଶଙ୍କର ରାଓ, ସରୋଜ କୁମାର ଦଳେଇ,ପ୍ରଶାନ୍ତ ପଣ୍ଡା, ଚନ୍ଦନ ସେଠୀ, ଶୁଭଙ୍କର ମାଳିଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଏବଂ କର୍ମୀ ସ୍ଥାନୀୟ ବସ୍ଷ୍ଟାଣ୍ଡ ୧୭ ନଂ. ରାଜ୍ୟ ରାଜପଥକୁ ଅବରୋଧ କରିବାରୁ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା।