ମମିତା ମୃତ୍ୟୁ ମାମଲାରେ ଭାଜପା ପକ୍ଷରୁ ରାସ୍ତା ଅବରୋଧ

କେସିଙ୍ଗା,୨୦ା୧୦(ଡି.ଏନ୍‌.ଏ.): ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ କେସିଙ୍ଗାରେ ଭାଜପା ପକ୍ଷରୁ ବୁଧବାର ରାସ୍ତାରୋକୋ କରାଯାଇଛି। ସକାଳ ସାଢ଼େ ୬ରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ଏହି ରାସ୍ତାରୋକୋ କରାଯାଇଥିଲା। ଗୃହ ରାଷ୍ଟ୍ରୀମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସନ୍‌ସାଇନ୍‌ କଲେଜର ମାଲିକ ଗୋବିନ୍ଦ ସାହୁଙ୍କ ସମେତ ଏହି ମୃତ୍ୟୁ ମାମଲାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରିବା ସହିତ ସିବିଆଇ
ଦାବିରେ ଭାଜପା ପକ୍ଷରୁ ଦାବି କରାଯାଇଛି। ଏହି ଗଣଧାରଣାରେ ଜିଲା ପରିଷଦ ଅଧ୍ୟକ୍ଷ ନମିତା ରାଣୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସରିତା ସିନ୍ଦୂର, ନଗର ପ୍ରତିନିଧି ମଗନ ସିନ୍ଦୂର,ଜିଲା ସଂଯୋଜକ ସନ୍ତୋଷ କୁମାର ଦାଶ, ନଗର ଯୁବ ମୋର୍ଚ୍ଚା ସଭାପତି ପିଙ୍କୁ ପରିଡ଼ା ପ୍ରମୁଖ ଶତାଧିକ ଭାଜପା କର୍ମୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ। କେସିଙ୍ଗା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।