ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ପ୍ରତିବାଦରେ ରାସ୍ତା ଅବରୋଧ

କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମାମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକୋ ଆରମ୍ଭ ହୋଇଛି। ଟାୟାର୍‌ ଜଳାଇ ଗାନ୍ଧୀ ଛକଠାରେ ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ପୂର୍ବାହ୍ନ ୧୧ ଟାରେ ଏହି ଘଟଣା ଘଟିବା ବେଳେ ଦୁଇ ଆକ୍ରମଣକାରୀ ବୋମା ପକାଇବା ସହ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଏକ ଲୋଡିଂ ଏଜେନ୍ସିକୁ ନେଇ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ। ଅନ୍ୟପକ୍ଷରେ ଏ ନେଇ ସୌମ୍ୟଶଙ୍କର ଚକ୍ର, ରାଜ୍ୟ ଯୁବ ବିଜେଡି ଉପସଭାପତି କହିଛନ୍ତି ଯେ, ଏଭଳି ଆରୋପ ମିଥ୍ୟା ଓ ଏହାର କୌଣସି ସତ୍ୟତା ନାହିଁ। ଏଣୁ ଏହାର ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Share