ରାସ୍ତା ଅବରୋଧ ବେଳେ ଆମ୍ବୁଲାନ୍ସକୁ ବି ଛାଡିଲେନି

ନୟାଗଡ଼ ଅଫିସ, ୮।୭: ନୟାଗଡ ଜିଲା ନୂଆଗାଁ ବ୍ଲକ ଗୁଡୁପାଙ୍ଗି ଓ ୧୭ ଖଣ୍ଡ ଗାଁ ମଧ୍ୟରେ ଗତ କିଛି ଦିନରୁ ଲାଗିରହିଥିବା ବିବାଦ ଏବେ ଉଗ୍ର ରୁପ ନେଇଛି। ବଳଭଦ୍ରପୁର ଢ଼ିପମାଳ ରାସ୍ତା ନିର୍ମାଣ ଦାବିରେ ନୟାଗଡ ଜିଲାର ହାଟଦ୍ୱାରଠାରେ ୧୭ ଖଣ୍ଡ ଗାଁଲୋକେ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ରାସ୍ତାର ଦୁଇପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟତ ଠପ୍‌ ହୋଇଯାଇଛି। ଏପରିକି ସେହି ସମୟରେ ଦଶପଲାରୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ବି ଗଁାଲୋକେ ଛାଡ଼ି ନ ଥିଲେ। ଫଳରେ ରୋଗୀଙ୍କୁ ଷ୍ଟ୍ରେଚରରେ ଅଣାଯାଇ ଅନ୍ୟ ଏକ ଆମ୍ବୁଲାନ୍ସରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

Share