Categories: ଜାତୀୟ

ବୀର ସେନାଙ୍କ ନାଁରେ ନାମିତ ହେବ ସଡ଼କ, ଅଟ୍ଟାଳିକାର ନାମ

ନୂଆଦିଲ୍ଲୀ,୧୭ ।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସମ୍ପଦା ମହାନିର୍ଦ୍ଦେଶାଳର ୯୬ତମ ସ୍ଥାପନା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଆଧୁନିକ ଭାରତର ନିର୍ମାଣ କରିଥିବା ବୀର ସେନା ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଅନୁସାରେ କ୍ୟାଣ୍ଟମେଣ୍ଟ ଓ ମିଲିଟାରୀ କ୍ୟାଣ୍ଟନମେଣ୍ଟରେ ଥିବା ସଡ଼କ ଓ ଅଟ୍ଟାଳିକାର ନାମକରଣ କରାଯିବ । ହେଲେ ଏହି ସମୟରେ ଇତିହାସ ଉପରେ ଖୁବ୍ ଧ୍ୟାନ ଦେବାକୁ ପଡିବ । ପୂର୍ବରୁ ଯେଉଁମାନଙ୍କ ନାମ ରହିଛି ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ।

Share