ରାସ୍ତା, ଡ୍ରେନେଜ୍‌ ସମସ୍ୟାରୁ ନିସ୍ତାର ମିଳୁନି

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ମାତ୍ର ପୌର ପ୍ରଶାସନ ସହରବାସୀ ଆଜି ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛି। ଅନେକ ସାହିରେ ରାସ୍ତା ନ ଥିବା ବେଳେ ଡ୍ରେନେଜ୍‌ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ଏଥିସହ ଜବରଦଖଲ ଓ ଟ୍ରାଫିକ୍‌ ଜାମ ସମସ୍ୟାର ସୁଧାର ଆସୁନାହିଁ। ପୌର ପ୍ରଶାସନ ସହରବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଯାୟୀ, ୨୧ ଓ୍ବାର୍ଡ ବିଶିଷ୍ଟ ପୌରପାଳିକାର ଜନସଂଖ୍ୟା ୧ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ପୌରାଞ୍ଚଳର ମାଷ୍ଟରପ୍ଲାନ ଅନୁଯାୟୀ ଗୃହ, ରାସ୍ତା, ଡ୍ରେନେଜ ଆଦି କରାଯାଇ ନ ଥିବାରୁ ରାସ୍ତା ଘାଟ ସମସ୍ୟା ସହିତ ଡେନ୍ରେଜ ସମସ୍ୟା ସର୍ବାଗ୍ରେ ରହିଛି। ଅଣଓସାରିଆ ରାସ୍ତା ଫଳରେ ଅନେକ ସାହିରେ ଜରୁରିକାଳୀନ ଆମ୍ବୁଲାନ୍ସ, ଦମକଳ ଗାଡ଼ି, ସେସ୍‌ପୁଲ, ପାଣି ଟ୍ୟାଙ୍କର, ସ୍କୁଲ ଭ୍ୟାନ ଆଦି ପ୍ରବେଶ କରି ପାରୁନାହିଁ ବୋଲି ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ଅଜୟ କୁମାର ସାହୁ କହିଛନ୍ତି। ଅନେକ ସାହି ରାସ୍ତା ଏବେ ମଧ୍ୟ କଂକ୍ରିଟକରଣ ହୋଇପାରିନାହିଁ। ସେହିପରି ଡ୍ରେନେଜ୍‌ ସୁବିଧା ନ ଥିବାରୁ ବର୍ଷା ହେଲେ ଅନେକ ସାହି ଜଳମଗ୍ନ ହୋଇ ଯାତାୟାତରେ ବ୍ୟାଘାତ ସୃଷ୍ଟି କରୁଛି ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ଅନ୍ୟତମ ପ୍ରମୁଖ ସମସ୍ୟା ହେଉଛି ମଇଳା ଆବର୍ଜନ ପରିଚାଳନା। ଠିକ୍‌ ଭାବରେ ୱାର୍ଡ ସଫେଇ ହେଉ ନ ଥିବାବେଳେ ଅନେକ ସ୍ଥାନରେ କୁଢ଼କୁଢ଼ ମଇଳା ଜମାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବରେ ହୋଇପାରୁନାହିଁ। ଫଳରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ରୋଗ ବ୍ୟାପିବା ଆଶଙ୍କାରେ ସାହିବାସୀ ଭୟଭୀତ ହୋଇ ରହୁଛନ୍ତି ବୋଲି ସାମାଜିକ କର୍ମୀ ଦୀପୁ ପଟ୍ଟନାୟକ କହିଛନ୍ତି। ଡିଏମ୍‌ଏଫ୍‌ ଅର୍ଥରେ ପାର୍କ, ପୋଖରୀ ପୁନରୁଦ୍ଧାର କରାଯାଇ ଲୋକଙ୍କଠାରୁ ପ୍ରବେଶ ଫି ଆଦାୟ କରାଯାଉଛି। ସହରବାସୀଙ୍କୁ ମୌଳିକ ସୁବିଧା ପ୍ରଦାନ କରାଯାଉନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ ପ୍ରବେଶ ଫି ପ୍ରତ୍ୟାହାର ଦାବି କରିଛନ୍ତି। ସହରରେ ଜବରଦଖଲ ସମସ୍ୟା ଉକତ୍ଟ ହେଉଛି। ଠିକ୍‌ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ଉକତ୍ଟ ହୋଇଛି ବୋଲି ପୂର୍ବତନ ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image