ଥିରୁଭାନନ୍ତପୁରମ,୧୮।୧୦: କେରଳର ବନ୍ୟା ଏଯାଏ ୨୬ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଲାଣି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଭଳି ସ୍ଥତିରେ ଯୁବତୀ, ଯୁବକ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।
ସୂଚନାନୁସାରେ, କେରଳର ଆଲାପୁଝା ଜିଲା ଥାଲଭାଡ଼ି ଅଞ୍ଚଳର ଏହି ଦୁଇଜଣ ହେଲେ ଐଶ୍ୱର୍ଯ୍ୟା ଓ ଆକାଶ। ରୋଷେଇରେ ବ୍ୟବହାର ହେଉଥିବା ଏକ ବଡ଼ ଆଲୁମିନିୟମ ପାତ୍ରରେ ଦୁହେଁ ବସି ବନ୍ୟା ପାଣିରେ ଯାଇ ଏକ ମନ୍ଦିରରେ ବିବାହ କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ପାତ୍ରକୁ କିଛି ଲୋକ ଠେଲି ଆଗକୁ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଦୁହେଁ କେରଳର ଚେଙ୍ଗାନୁରରେ ସ୍ବାସ୍ଥ୍ୟକର୍ମୀ ଭାବରେ କାମ କରନ୍ତି।