୫ ଗାଁକୁ ଖୋଲିବ ରାସ୍ତା

ରାଇକିଆ,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶର ପଞ୍ଚାୟତର କୁରୁଗୁଡ଼ା ପୋଲର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ୫ ଊଦ୍ଧର୍‌ବ ଗାଆଁକୁ ସଂଯୋଗ କରୁଥିବା ଏହି ଏହି ରାସ୍ତା ଉପରେ ପୋଲ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପୂର୍ବରୁ ଏହି ଅଞ୍ଚଳ ଜି.ଉଦୟଗିରି ବ୍ଲକ ଅଧୀନରେ ଥିବା ବେଳେ ଏକ ପୋଲ କାମ ଆରମ୍ଭ ହୋଇଥଲା ମଧ୍ୟ ତାହାକୁ ଅଧପନ୍ତରିଆ ଭାବେ ଛାଡ଼ି ଦିଆ ଯାଇଥିଲା। ଏ ନେଇ ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଏହାକୁ ସାମିଲ କରାଯାଇ ଏହାର ଶିଳାନ୍ୟାସ କରାଯାଇଛି। ପୋଲ କାର୍ଯ୍ୟକ୍ଷମ ହେଲେ ଗିସିପାବାଲି, ଟାଡୁମାହା, ଶିପାଇଜୁ, ଡାଙ୍ଗେଶି, କୁରୁପୁଡା ଗ୍ରାମର ଲୋକେ ଉପକୃତ ହେବା ସହ ଏହି ରାସ୍ତା ଗଞ୍ଜାମ ଜିଲାକୁ ସଂଯୋଗ କରିପାରିବ। କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ବତନ୍ତ୍ର ବିକାଶ ପରିଷଦ ସଦସ୍ୟ ଭୂଷଣ ପ୍ରଧାନ, ବ୍ଲକ ବିଜେଡି ସଭାପତି ରାଜ ମୋହନ ଦିଗାଲ, ଜିଲା ସଂପାଦକ ବିଜୟ ପଣ୍ଡା, ଛାତ୍ର ସଭାପତି ରୋସନ ନାୟକ, ଏମ୍‌ପି ପ୍ରତିନିଧି ଟୁକୁନା ପାଣିଗ୍ରାହୀ, ମିଥୁନ ଦିଗାଲ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ରେ କଂସ ଚୟନ

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଥିବାରୁ ଏହି ମହୋତ୍ସବରେ କାହା...

ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୮।୧୧: ନଭେମ୍ବର ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ...

ଡିଜିଟାଲ ଆରେଷ୍ଟ କରି କୋଟିଏ ଟଙ୍କା ଠକେଇ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କଟକ,୨୮।୧୧: ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ...

ଦିଗପହଣ୍ଡିରେ ସିରିଜ ଚୋରି ମାମଲା: ମାଷ୍ଟର ମାଇଣ୍ଡ ଗଲେ ଜେଲ୍‌

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ଆଳୁ ରପ୍ତାନି ଉପରେ ରୋକ୍‌ ଲଗାଇଲେ ଦିଦି: ସୀମାନ୍ତରୁ ଫେରିଗଲା ଶତାଧିକ ଆଳୁ ଟ୍ରକ୍‌

ଭୋଗରାଇ,୨୮ା୧୧(ପ୍ରଦୀପ ଦାସ): ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ରାଜ୍ୟରେ ଆଳୁ...

ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେଶନ ଗ୍ରୀନ କ୍ଲିନ ଆରମ୍ଭ ହୋଇଥିବା ବେଳେ ଅଡ଼ବା ଥାନା ଅଞ୍ଚଳରେ...

ୟୁନିୟନ ବ୍ୟାଙ୍କରୁ ଚୋରି

ଚିକିଟି,୨୮ା୧୧(ପ୍ରକାଶ ଚନ୍ଦ୍ର ସାହୁ): କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଛକରେ ଥିବା ୟୁନିଅନ ବ୍ୟାଙ୍କ ଶାଖାରୁ ଚୋରି ହୋଇଛି। ଦୁର୍ବୃତ୍ତ ଲକର ଖୋଲିବାକୁ...

ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଖଜୁରୀପଡ଼ା ୨୮ା୧୧(ବିଦୁର ବେହେରା): ବାରମ୍ବାର ଦାବି ପରେ ଆଡାଶିପଡା ପଞ୍ଚାୟତ ପାଣ୍ଡରାବାଡ଼ି ଗ୍ରାମରେ ୨୦୨୧ରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri