ନିଆଁରେ ପୋଡ଼ୁଛି ରାସ୍ତାପାର୍ଶ୍ୱ ଗଛ

ନୟାଗଡ଼ ଅଫିସ, ୭।୩ – ଶରଣକୂଳ-ଓଡଗାଁ ରାସ୍ତାପାର୍ଶ୍ୱରେ ବନବିଭାଗ ପକ୍ଷରୁ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା ପଦା ହେବାକୁ ବସିଛି । ରାସ୍ତାପାର୍ଶ୍ୱରେ ପାଳ ଓ ଆବର୍ଜନା ଗଦା ଦେଉଛି । ଲୋକମାନେ ସେଥିରେ ନିଆଁ ଲଗାଇ ଦେବାରୁ ଗଛଗୁଡ଼ିକ ପୋଡ଼ି ଯାଉଛି । ଗତ ୬ମାସ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ଗଛ ଏହି କାରଣରୁ ପୋଡ଼ିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଆଉ କେତେକ ଗଛକୁ ଗୃହପାଳିତ ପଶୁମାନେ ଖାଇ ନଷ୍ଟ କରି ଦେଉଛନ୍ତି । ଏ ସଂକ୍ରାନ୍ତରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ନ ଥିବାରୁ ରାସ୍ତାପାର୍ଶ୍ୱ ଏବେ ବୃକ୍ଷଶୂନ୍ୟ ହୋଇପଡିଛି ।
ସୂଚନା ଅନୁଯାୟୀ, ପ୍ରାୟ ୧ବର୍ଷ ତଳେ ଶରଣକୂଳ-ଓଡ଼ଗାଁ ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇଥିଲା । ପ୍ରାୟ ୧ ହଜାର ଚାରା ରାସ୍ତାପାର୍ଶ୍ୱରେ ରୋପଣ କରାଯାଇଥିଲା । ହେଲେ ବନବିଭାଗ ଚାରା ରୋପଣ ପରେ ଚୁପ୍‌ ହୋଇ ବସିଥିଲା। ଫଳରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଚାରା ଆବଶ୍ୟକ ପାଣି ଓ ଯତ୍ନ ଅଭାବରୁ ନଷ୍ଟ ହୋଇଯାଇଥିଲା। ଅବଶିଷ୍ଟ ଚାରା ଶାଖାପ୍ରଶାଖା ମେଲାଇ ବଢ଼ିବାକୁ ଲାଗିଥିଲା ା ହେଲେ ଶରଣକୂଳ-ଓଡ଼ଗଁା ରାସ୍ତାରେ ଥିବା ପାଳ ଓ ଧାନଗଦା ସେହି ଗଛଗୁଡ଼ିକ ପାଇଁ କାଳ ହୋଇଛି। ଏବେ ପାଳ ଓ ନଡାର ଚାହିଦା ନାହିଁ। ଫଳରେ ଚାଷୀଙ୍କ ସହିତ ସ୍ଥାନୀୟ ଲୋକମାନେ ପାଳକୁ ରାସ୍ତାପାର୍ଶ୍ୱରେ ଗଦା କରି ନିଅଁା ଲଗାଇ ଦେଉଛନ୍ତି । ସେହି ନିଆଁରେ ଗଛଗୁଡ଼ିକ ଜଳି ଯାଉଛି ା ସେହିପରି ରାସ୍ତାପାର୍ଶ୍ୱରେ ଲୋକମାନେ ଅଳିଆ ଆବର୍ଜନା ଜମା କରୁଛନ୍ତି । ସେହି ଆବର୍ଜନା ଶୁଖିଯିବା ପରେ ସେଥିରେ ନିଅଁା ଲଗାଇ ପୋଡ଼ିଦେବାକୁ ଉଚିତ୍‌ ମଣୁଛନ୍ତି ା ହେଲେ ଏହାଦ୍ୱାରା କେତେ ଗଛ ଜଳି ଯାଉଛି ସେଥିପ୍ରତି ସେମାନେ ସଚେତନ ନୁହନ୍ତି ା ଅପରପକ୍ଷେ ଗତ ବର୍ଷ ଲାଗିଥିବା ଗଛର ଅଟେଇଗୁଡ଼ିକ ଉପରକୁ ଟେକା ଯାଉନି । ଏଣୁ ସେହି ଗଛକୁ ଗୋରୁ ଖାଇ ନଷ୍ଟ କରୁଛନ୍ତି । ବନବିଭାଗ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକମାନେ ଗଛ ପୋଡ଼ି ରୋକିବା ପାଇ ଁପଦକ୍ଷେପ ନ ନେଲେ ରାସ୍ତାପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ପରିବେଶବିତ୍‌ ବିିଭୂ ପ୍ରସାଦ ଦାଶ କୁହନ୍ତି, ଗଛ ଲଗାଇବାକୁ ସମସ୍ତଙ୍କ ଆଗ୍ରହ ରହିଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କରିବାକୁ କାହାରି ଆନ୍ତରିକତା ନାହିଁ । ଏଣୁ ଗଛଗୁଡିକ ନିଅଁାଲାଗି ଅଥବା ଗୃହପାଳିତ ପ୍ରାଣୀଙ୍କ ଦ୍ୱାରା ନଷ୍ଟ ହେଉଛି । ଏହାକୁ ଅଣଦେଖା କଲେ ସମସ୍ତଙ୍କ ପାଇଁ ବିପଦ ବୋଲି ସେ ସତର୍କ କରାଇ ଦେଇଛନ୍ତି ।