ବନ୍ଧୁକମୁନରେ ଗହଣା ଦୋକାନୀଙ୍କୁ ଲୁଟ୍‌

ମୋରଡ଼ା,୧୪ା୬(ସ୍ମାରକ ମାଝି): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ଶୁଳିଆପଦା ଥାନା ଅଧୀନ ସାତଭାୟା ଛକଠାରେ ଜଣେ ଗହଣା ଦୋକାନୀଙ୍କୁ ଲୁଟ୍‌ କରିଛନ୍ତି କିଛି ଦୁର୍ବୃତ୍ତ। ଦୋକାନୀ ଜଣକ ହେଲେ ଚଢେଇଗାଁ ପଞ୍ଚାୟତର ଅଢେଇକୁଲା ଗ୍ରାମର ସ୍ବପ୍ନେଶର ସିଂହ। ସ୍ବପ୍ନେଶ୍ୱର କୋଷ୍ଠା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକ୍‌ରେ ୪ ଯୁବକ ସାତଭାୟା ଛକ ନିକଟରେ ତାଙ୍କୁ ଅଟକାଇଥିଲେ ଏବଂ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ନିକଟସ୍ଥ ଏକ ଜଙ୍ଗଲକୁ ନେଇଯାଇଥିଲେ। ୪ ଜଣ ଦୁର୍ବୃତ୍ତ ତାଙ୍କୁ ଏକ ଗଛରେ ବାନ୍ଧି ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ନିର୍ଧୂମ ମାଡ଼ମାରି ଶାରୀରିକ ନିର୍ଯାତନା ଦେଇଥିଲେ। ତେବେ ରାତି ପ୍ରାୟ ସାଢ଼େ ୧୧ବେଳେ ଦୁର୍ବୃତ୍ତମାନେ ବନ୍ଧୁକମୁନରେ ତାଙ୍କୁ ତାଙ୍କ କୋଷ୍ଠା ବଜାରସ୍ଥିତ ଦୋକାନକୁ ନେଇ ଦୋକାନରୁ ସମସ୍ତ ଗହଣା, ଟଙ୍କା ଲୁଟ୍‌ କରିବା ପରେ ଛାଡ଼ି ଦେଇଥିଲେ। ତେବେ ଏତିକିରେ ଦୁର୍ବୃତ୍ତଙ୍କ ମନ ମାନି ନ ଥିଲା l ଦୁର୍ବୃତ୍ତମାନେ ପୁଣି ତାଙ୍କ ପାଖରୁ ଚାବି ଛଡ଼ାଇ ଦୋକାନକୁ ଯାଇ ଯାହା କିଛି ଦୋକାନରେ ଥିଲା ସମସ୍ତ ନେଇ ପଳାଇଗଲେ।
ଏନେଇ ସ୍ବପ୍ନେଶର ଶୁଳିଆପଦା ଥାନାରେ ଅଭିଯୋଗ କରିବା ପରେ ଶୁଳିଆପଦା ପୋଲିସ, ବାରିପଦା ଏସ୍‌ଡିପିଓ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।