ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ

ବଡ଼ଗାଁ, ୯।୩(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ନିକଟ ବସ୍‌ଷ୍ଟାଣ୍ଡର ଏକ ଚା ଦୋକାନରୁ ଲୁଟ ହୋଇଛି। ୨ ଲକ୍ଷ ଟଙ୍କା ଥିବା ବ୍ୟାଗକୁ ୨ଜଣ ଦୁର୍ବୃତ୍ତ ସର୍ବସମ୍ମୁଖରେ ଝାମ୍ପିନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ବଡ଼ଗାଁର ଯୁବ ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ କର୍ମଚାରୀ ଧନପତି ହୋତା ବଡ଼ଗାଁ ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବସ୍‌ଷ୍ଟାଣ୍ଡରେ ଥିବା ଏକ ଦୋକାନକୁ ଚା’ ପିଇବାକୁ ଆସିଥିଲେ। ଧନପତି ଟଙ୍କା ଥିବା ବ୍ୟାଗକୁ ପାଖରେ ରଖି ଚା’ ପିଉଥିଲେ। ସେତିକିବେଳେ ୨ ଜଣ ବ୍ୟକ୍ତି ଏକ ବାଇକ୍‌ରେ ଆସି ଦୋକାନ ସମ୍ମୁଖରେ ଅଟକି ଥିଲେ। ଜଣେ ବ୍ୟକ୍ତି ଦୋକାନକୁ ଆସି ହଠାତ୍‌ ଟଙ୍କା ବ୍ୟାଗ ଛଡାଇ ଷ୍ଟାର୍ଟରେ ଥିବା ବାଇକ୍‌ରେ ବସି ପଳାଇଥିଲେ। ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ଜଣାପଡିଛି। ଦୁର୍ବୃତ୍ତ ଦ୍ବୟ ଓଡି୨୩ ଏଫ୍‌ ୭୫୭୧ ନମ୍ବର ଲେଖାଥିବା ଏକ କଳା ଓ ସବୁଜ ରଙ୍ଗର ଆପାଚି ବାଇକ୍‌ରେ ଆସିଥିଲେ।

Share