ସିସିଟିଭି ଭାଙ୍ଗି ଗହଣା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଖଇରା,୩୧ା୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡ଼ିଗଡ଼ିଆବଜାର ରେ ଥିବା ପଦ୍ମଲୋଚନ ଜୁଏଲାରୀରୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ମାଲିକ ସୌଭାଗ୍ୟ ରଞ୍ଜନ ସାହୁ ରାତିରେ ଦୋକାନ ବନ୍ଦ କରି ନିଜ ଘର କୁରୁଣିଆ ଯାଇଥିଲେ। ଶୁକ୍ରବାର ଦୋକାନ ଖୋଲିବାକୁ ଆସି ଲୁଟ୍‌ ହୋଇଥୁବା ଦେଖି ଖଇରା ପୋଲିସକୁ ଖବର ଦେଇଥିଲେ। ଲୁଟେରାମାନେ ଲୁଟ୍‌ ପୁର୍ବରୁ ସିସିଟିଭିକୁ ଭାଙ୍ଗି ଦେଇଛନ୍ତି। ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।