ବରଗଡ଼ ଅଫିସ,୨୭।୯: ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ୨ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍ପାଟ୍ କରିଛନ୍ତି । ସ୍ଥାନୀୟ ସସ୍ମିତା ବେହେରାଙ୍କ ଘରକୁ ଲୁଟେରାମାନେ ପଶି ଭୁଜାଲି ମୁନରେ ସୁନା ଗହଣା, ନଗଦ ଟଙ୍କା ଆଦି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ସାମଗ୍ରୀର ପରିମାଣ ୨ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପରିବାର ଲୋକେ କହିଛନ୍ତି । ଏ ନେଇ ବରଗଡ଼ ଟାଉନ ଥାନାରେ ଏତଲା ହେବା ପରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଲାଇଛି ।