Categories: ଖେଳ

ବନ୍ଧୁକ ମୁନରେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳିଙ୍କଠାରୁ ଲୁଟ

ଜୋହାନ୍ସବର୍ଗ,୬।୨: ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଏସଏଟି୨୦ କ୍ରିକେଟ ଲିଗ ପାଇଁ କ୍ରେଜ ଶିଖରରେ ଅଛି। ଏହି ଲିଗରେ ପ୍ରଶଂସକମାନେ ପ୍ରତିଦିନ ଅଧିକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଯାଉଛନ୍ତି। ତେବେ ଏହି ଲିଗର ଉତ୍ସାହ ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଘଟଣାହେଲା ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର ଫାବିଆନ ଆଲେନଙ୍କ କାନ ଉପରେ ବନ୍ଧୁକ ଲଗାଇ ଡକାୟତି ଘଟଣା ଘଟିଛି।
ଏହି ସମଗ୍ର ଘଟଣା ଜୋହାନ୍ସବର୍ଗରେ ଘଟିଥିଲା। ଜୋହାନ୍ସବର୍ଗର ଟିମ ଯେଉଁ ହୋଟେଲରେ ଥିଲେ ସେହିଠାରେ ଫାବିଆନ ଆଲେନ ରହୁଥିଲେ। ଏହି ଅପ୍ରୀତିକର ଘଟଣା ବାହାରେ ଘଟିଛି। ଫାବିଆନ ଏହି ଲିଗରେ ପ୍ୟାର୍‌ ରୟାଲ୍ସ ପାଇଁ ଖେଳୁଛନ୍ତି। ଏହି ଘଟଣା ବିଷୟରେ ଏସଏଟି ୨୦ ଏବଂ କ୍ରିକେଟ ୱେଷ୍ଟଇଣ୍ଡିଜ ସୂତ୍ରରୁ ସୂଚନା ଦିଆଯାଇଛି। କ୍ରିକବଜକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କ୍ରିକେଟ ୱେଷ୍ଟଇଣ୍ଡିଜ ସୂତ୍ରରୁ ପ୍ରକାଶ ଯେ ଫାବିଆନଙ୍କର ଏଥିରେ କୌଣସି କ୍ଷତି ହୋଇନାହିଁ। ଏହା ବ୍ୟତୀତ ୱେଷ୍ଟଇଣ୍ଡିଜର ଜଣେ ପ୍ରତିନିଧୀ ଖେଳାଳିଙ୍କ ସହ ଯୋଗାଯୋଗ କରି ଆଶ୍ୱସ୍ତି ପ୍ରଦାନ କରିଥିଲେ।

Share