Advertisement

ପଲସରରେ ଆସି ସୁନା ଚେନ ଝାମ୍ପିନେଲେ

କଟକ,୧୨।୭: ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଫୁଲପୋଖରୀ ନିକଟରେ ଶୁକ୍ରବାର ଏକ ଲୁଟ ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି ଦୁବୃର୍ତ୍ତ।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଏକ ସ୍କୁଟିରେ ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଦେଇ କଟକ ଯାଉଥିଲେ। ସେତିକିବେଳେ ଫୁଲପୋଖରୀ ନିକଟରେ ୨ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହୋଇଯାଇଥିଲେ। ଏନେଇ ମହିଳା ଜଣକ ବାରଙ୍ଗ ଥାନାରେ ଏତଲା ଦେଇଛନ୍ତି। ଏତାଲାକୁ ଭତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share