ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ: ମା’ଙ୍କ ସୁନା ଅଳଙ୍କାରକୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ

ଛତ୍ରପୁର, ୧୪।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିରିସିଂ ଓ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଟଙ୍କା ନେବା ସହିତ ବିରିସିଂ ମା’ଙ୍କ ସୁନା ଅଳଙ୍କାରଗୁଡିକ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡିଛି।
ସୂଚନାନୁସାରେ, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ନିକଟରେ ଥିବା ବିରିସିଂ ପୀଠରେ ମା’ ବିରିସିଂ ଓ ଶ୍ରୀ ଜଗନ୍ନାଥଙ୍କ ତିନୋଟି ଦାନ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଚୋରି କରିବା ସହିତ ତାଲା ଭାଙ୍ଗି ମା’ଙ୍କ ସୁନା ଅଳଙ୍କାରଗୁଡିକ ଲୁଟ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଉଭୟ ମନ୍ଦିରର ପୂଜକ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ତାଲା ପକାଇ ସେଠାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିବା ଜଣାପଡିଛି।

ପୂଜକ ମନ୍ଦିରର ପୂଜକମାନେ ଏହା ଜାଣିବା ପରେ ଘଟଣା ସମ୍ପର୍କରେ ମନ୍ଦିର କମିଟିକୁ ସୂଚନା ଦେଇଥିଲେ, ଏନେଇ ମନ୍ଦିର କମିଟି ପକ୍ଷରୁ ଛତ୍ରପୁର ଥାନରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ଗୁରୁତ୍ୱ ନେଇ ଛତ୍ରପୁର ଥାନାର ସବଇନସ୍ପେକ୍ଟର ବିଶ୍ୱଜିତ ନାୟକ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ହୁଣ୍ଡିରେ ଥିବା କେତେ ଟଙ୍କା ସଠିକ ଜଣାପଡି ନ ଥିଲେ ମଧ୍ୟ ମା’ଙ୍କ ଅଳଙ୍କାର ଓ ହୁଣ୍ଡିଗୁଡିକରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ସ୍ଥାନୀୟ ବାସିନ୍ଦା ଆକଳନ କରୁଛନ୍ତି। ପାର୍ବଣ ଋତୁ ଚାଲିଥିବାବେଳେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦: ଏଥର କଟକ ବାଲିଯାତ୍ରାରେ ବଲିଉଡ୍‌ ନାଇଟ୍‌ ଶୋ’ ହେବ। ଏନେଇ କଟକ ଜିଲାପାଳ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ ସୋନୁ ନିଗମ, ସୁରେଶ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri