ରାଉରକେଲା ଅଫିସ୍,୧୧।୧୦: ରାଉରକେଲା ସିଭିଲ ଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୋଲିସ ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର ତିନି ଜଣକୁ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଓରଫ ବଶିଷ୍ଟ ମହାନ୍ତି, ରୋନି ଓ ଅମିତ କୁମାର ସାହୁ । ଏମାନଙ୍କ ନିକଟରୁ ୩ଟି ବନ୍ଧୁକ, ୫୫ଟି ଅଫୁଟା ଗୁଳି, ୬୫ହଜାର ଟଙ୍କା, ପାଜେରୋ କାର, ହାତ ବୋମା ଓ ବାଇକ୍ ଜବତ ହୋଇଛି । ଏମାନେ ପିଏଲଏଫଆଇ ଅର୍ଜୁନ ରଣାଙ୍କ ପାଇଁ କାମ କରୁଥିବା କୁହାଯାଉଛି ।
ସୂଚନାନୁସାରେ, ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଝାଡ଼ଖଣ୍ଡରେ ବିକୁଥିଲେ। ପରେ ସେଇ ଟଙ୍କାରେ ବନ୍ଧୁକ, ବୋମା ଝାଡ଼ଖଣ୍ଡରୁ କିଣୁଥିଲେ । ଏହି ମାରଣାସ୍ତ୍ର ବ୍ୟବହାର କରି ରାଉରକେଲାର ଶିଳ୍ପପତି, ବ୍ୟବସାୟୀ, ବାଲି ମାଫିଆ, କ୍ରସର ମାଲିକଙ୍କ ଠାରୁ ଦାଦାବଟି ମାଗୁଥିଲେ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।