ପୋଲିସ ବେଶରେ ଆସି ଡକାୟତି: ୩ ଜଣଙ୍କୁ ଧରିଦେଲେ ଗ୍ରାମବାସୀ

ଭବାନୀପାଟଣା,୧୧ା୧୧(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଏମ୍‌ ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୂଲି ପଞ୍ଚାୟତ ଡଙ୍ଗରିଆ ରୁବେନ ଗାଁର ରିପା ମାଝିଙ୍କ ଘରକୁ ରବିବାର ରାତିରେ ପୋଲିସ ବେଶରେ କେତେଜଣ ଦୁର୍ବୃତ୍ତ ଆସି ଡକାୟତି କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ୩ ଜଣଙ୍କୁ କାବୁକରି ସ୍ଥାନୀୟ ମୋହନଗିରି ଫାଣ୍ଡି ଜିମା ଦେଇଥିଲେ। ଏହାସହ ଦୁର୍ବୃତ୍ତମାନେ ସାଙ୍ଗରେ ଧରି ଆସିଥିବା ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ରିପାଙ୍କ ଘରକୁ ୭ ଜଣ ଦୁର୍ବୃତ୍ତ ପୋଲିସ ପୋଷାକ ପିନ୍ଧି ଏକ ଧଳା ରଙ୍ଗର ବୋଲେରୋ (ନଂ.ଓଡି ୦୭ବି ୩୮୨୮)ରେ ଆସିଥିଲେ। ଏହି ସମୟରେ ରିପା ତାଙ୍କୁ ପଚାରିବାରୁ ତମ ଘରେ ଦୁଇଜଣ ଫେରାର ଝିଅପୁଅ ଲୁଚି ରହିଛନ୍ତି। ଆମେ ପୋଲିସବାଲା, ତାଙ୍କୁ ଧରିବାକୁ ଆସିଛୁ କହି କାଠଫାଳିଆ ଓ ଛୁରି ଧରି ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲେ। ପରେ ସେମାନେ ଘରେ ବାକ୍ସରେ ଥିବା ୨ ଲକ୍ଷ ୪୦ ହଜାର ଗ୍ରୁପ୍‌ ଲୋନ ଟଙ୍କା ଲୁଟି ନେଇଥିବା ରିପା ଅଭିଯୋଗ କରିଛନ୍ତି। ଟଙ୍କା ଲୁଟ୍‌ ସମୟରେ ପରିବାର ଲୋକେ ପାଟିତୁଣ୍ଡ କରିଥିଲେ। ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ପରେ ୪ଜଣ ଦୁର୍ବୃତ୍ତ ସେଠାରୁ ଖସି ପଳାଇଥିବାବେଳେ ୩ଜଣ ଗାଁ ଲୋକଙ୍କ ହାବୁଡ଼ରେ ପଡିଥିଲେ। ଗ୍ରାମବାସୀ ଏ ନେଇ ମୋହନଗିରି ଫାଣ୍ଡି ପୋଲିସକୁ ଜଣାଇଥିଲେ। ହେଲେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ କହି ପୋଲିସ ଉକ୍ତ ଗ୍ରାମକୁ ନ ଯିବାରୁ ଗାଁ ଲୋକେ ସୋମବାର ବୋଲେରୋ ସହିତ ଅଭିଯୁକ୍ତମାନଙ୍କୁ ଫାଣ୍ଡିକୁ ଆଣି ପୋଲିସ ଜିମା ଦେଇଥିଲେ। ସ୍ଥାନୀୟ ପୋଲିସ ତଦନ୍ତ କରିବା ପରେ ସେମାନଙ୍କୁ ଏମ୍‌ ରାମପୁର ଥାନାକୁ ନେଇଥିଲେ। ସେଠାରେ ୩ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ପୋଲିସଠାରୁ ସୂଚନା ମିଳିଛି। ସମ୍ପୃକ୍ତ ୩ ଦୁର୍ବୃତ୍ତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri