ହ୍ୟାରି ପୋଟରର ‘ହ୍ୟାଗରିଡ’ଙ୍କ ପରଲୋକ

ରୁଥେରଗ୍ଲେନ,୧୫ ।୧୦: ହ୍ୟାରି ପୋଟର ଫ୍ରାଞ୍ଚାଇଜିରେ ହ୍ୟାଗରିଡ ଭୂମିକାରେ ନଜର ଆସିଥିବା ହଲିଉଡ ଅଭିନେତା ରୋବି କୋଲଟ୍ରାନେଙ୍କର ପରଲୋକ ହୋଇଛି । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଖବର ଦେଇଛି । ତାଙ୍କ ଏଜେନ୍ସି ବେଲିଣ୍ଡା ରାଇଟ ଏକ ବୟାନରେ କହିଛି ସ୍କଟଲ୍ୟାଣ୍ଡର ଫଲକିର୍କ ନିକଟରେ ଏକ ହସ୍ପିଟାଲରେ ରୋବି କୋଲଟ୍ରାନେଙ୍କର ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଛି ।
ବେଲିଣ୍ଡା ତା’ର ବୟାନରେ ରୋବି କୋଲଟ୍ରେନଙ୍କୁ ୟୁନିକ ବୋଲି କହିଛି । ଏହାସହ ଏହି ବୟାନରେ କୁହାଯାଇଛି କୋଲଟ୍ରେନ୍ ହ୍ୟାଗରିଡ କ୍ୟାରେକ୍ଟରରେ ସାରା ବିଶ୍ୱର କୁନିକୁନି ପିଲା ତଥା ବୟସ୍କଙ୍କୁ ଖୁସି ଦେଇଥିଲେ । ବେଲିଣ୍ଡା ଲେଖିଛି, ମୁଁ କୋଲେଟ୍ରାନଙ୍କୁ ଜଣେ ବିଶ୍ୱାସୀ କ୍ଲାଏଣ୍ଟ ଭାବେ ମନେ ରଖିବି । ଏହାସହ ସେ ଜଣେ ଚମତ୍କାର କଳାକାର ମଧ୍ୟ । ସେ ଖସ୍କୁବ ବୁଝିବା ସୁଝିବା ଓ ମଜାଳିଆ ବ୍ୟକ୍ତିତ୍ୱ । ୪୦ ବର୍ଷ ହେଲା ମୁଁ ତାଙ୍କର ଏଜେଣ୍ଟ ଥିଲି ଯାହା ପାଇଁ ମୁଁ ଗର୍ବ କରେ । ମୁଁ ତାଙ୍କୁ ବହୁତ ମିସ୍ କରିବି ।

Share