Categories: ଜାତୀୟ

ଅମେଠିରୁ ଲଢ଼ିପାରନ୍ତି ରବର୍ଟ ଭଦ୍ରା

ନୂଆଦିଲ୍ଲୀ, ୫।୪ (ପି.ଟି.):କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଗୁରୁବାର ସକ୍ରିୟ ରାଜନୀତିରେ ଯୋଗଦେବା ନେଇ ସଙ୍କେତ ଦେଇଛନ୍ତି। ସେ ଚଳିତ ଥର ଅମେଠିରୁ ଲୋକ ସଭା ନିର୍ବାଚନ ଲଢ଼ନ୍ତୁ ବୋଲି ଏଠାକାର ଜନସାଧାରଣ ଚାହୁଁଥିବା, ରବର୍ଟ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଅନେକ ବର୍ଷ ଧରି ଅମେଠି, ରାଏବରେଲି ଓ ସୁଲତାନପୁର ଅଞ୍ଚଳର ଉନ୍ନତି ପାଇଁ ଗାନ୍ଧୀ ପରିବାର କଠିନ ପରିଶ୍ରମ କରିଥିବାବେଳେ ଗତ ୫ ବର୍ଷ ଧରି ଅମେଠି ବିକାଶଠାରୁ ବହୁ ଦୂରକୁ ଚାଲିଯାଇଥିବା ସେ କହିଛନ୍ତି।
ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ନିର୍ବାଚିତ କରି ଅମେଠିବାସୀ ପଶ୍ଚାତ୍ତାପ କରୁଛନ୍ତି। ବର୍ତ୍ତମାନର ଏମ୍‌ପି ଅଞ୍ଚଳର ଉନ୍ନତି ଅପେକ୍ଷା ଗାନ୍ଧୀନେହେରୁ ପରିବାରକୁ ଅଯଥା ଟାର୍ଗେଟ କରି ସମୟ ଅତିବାହିତ କରୁଥିବା ସେ ଅଭିଯୋଗ ଆଣିଛନ୍ତି।

Share